Home ଓଡ଼ିଶା ସଟ୍‌ଡାଉନ୍ ର ଦ୍ୱିତୀୟ ଦିନରେ ସହର ଖାଁ ଖାଁ ଲାଗୁଛି

ସଟ୍‌ଡାଉନ୍ ର ଦ୍ୱିତୀୟ ଦିନରେ ସହର ଖାଁ ଖାଁ ଲାଗୁଛି

78

ପୁରୀ ୧୨-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋଭିଡ୍‌୧୯ ଆଇନ୍ କୁ କଡା କରିପାଳିବା ନିମନ୍ତେ ମାସର ଶନିବାର ଏବଂ ରବିବାର ଦୁଇଦିନ ପୁରୀ ଜିଲ୍ଲାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍‌ଡାଉନ୍ କରାଯାଉଛି। ଆଜି ସଟ୍‌ଡାଉନ୍ ର ଦ୍ୱିତୀୟ ଦିନରେ ସହରରେ ଥିବା ବ୍ୟବସାୟ ପ୍ରତିଷ୍ଠାନ, ମଲ୍ ପ୍ରବୃତି ସମ୍ପୂର୍ଣ୍ଣ ବନ୍ଧ ରହିଥିବା ବେଳେ ଯାନବାହାନ ଚଳାଚଳ ପ୍ରାୟତଃ ଠପ୍ ହୋଇଯାଇଥିଲା। ସହରର କେତେକ ରାସ୍ତାରେ କାଁ ଭାଁ ବାଇକ୍ ଓ ଲୋକମାନେ ଯିବାଆସିବା କରୁଥିବା ଦେଖାଯାଇଥିଲା।ସୋର୍ଣ୍ଣାଭ ବେଳାଭୂମୀରେ କୌଣସୀ ପର୍ଯ୍ୟଟକଙ୍କ ବୁଲିବା ଦେଖାଯାଇନଥିଲା। ସହରର ଟ୍ରେନ୍ ଓ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଧ ରହିଥିବା ଯୋଗୁଁ କୌଣସୀ ବାହାର ପର୍ଯ୍ୟଟକଙ୍କ ଆଗମନ ସମ୍ପୂର୍ଣ୍ଣ ବନ୍ଧ ରହିଛି। ଅପରପକ୍ଷେ ବାହାର ଜିଲ୍ଲାର କୌଣସୀ ବ୍ୟକ୍ତି ବିଶେଷ କାମ ନଥିଲେ ପୁରୀ ସହର ଭିତରକୁ ପ୍ରବେଶ କରିବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାଣି କରାଯାଇଛି। ସହର ଭିତରକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ ଗୁଡିକ ସିଲ୍ କରିଦିଆଯାଇଛି। ପୁରୀ ସହର ବାସି ସଟ୍‌ଡାଉନ୍ ଓ ଲକ୍‌ଡାଉନ୍ ସହ ଅଭ୍ୟସ୍ତ ହୋଇଯାଇଥିବା ଯୋଗୁଁ ସରକାରଙ୍କ ନିୟମ ମାନି ଦରକାର ନଥିଲେ ଘରୁ ବାହାରୁ ନଥିବା ଦେଖାଯାଇଥିଲା। ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ ସହରରେ ବ୍ୟାପକ ଭାବେ ଚଢା ଦରରେ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.