Home ଓଡ଼ିଶା ପ୍ରଣବ, ସଞ୍ଜୟ ଓ ପ୍ରତାପଙ୍କୁ ନୂଆ ଦାୟୀତ୍ୱ

ପ୍ରଣବ, ସଞ୍ଜୟ ଓ ପ୍ରତାପଙ୍କୁ ନୂଆ ଦାୟୀତ୍ୱ

332

ଭୁବନେଶ୍ୱର୧୫ା୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିଜେଡି ଦଳକୁ ତୃଣମୁଳ ସ୍ତରରେ ଅଧିକ ଶକ୍ତିଶାଳୀ କରିବାକୁ ବିଜେଡି ସୁପ୍ରିମୋ ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଥିବା ବିଧାୟକ ଓ ନେତା ମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରି ସେମାନଙ୍କୁ ସନ୍ତୁଷ୍ଟ କରୁଛନ୍ତି। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ପ୍ରଥମ ଥର ପାଇଁ ବିଜେଡିରେ ସଂଗଠନ ସଂପାଦକ ପଦବୀ ସୃଷ୍ଟି କରାଯାଇ ନୂଆ ପଦବୀରେ ଅବସ୍ଥାପିତ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସଂଗଠନ ସଂପାଦକର ଦାୟିତ୍ୱ ମିଳିଥିବା ବେଳେ ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସଂପାଦକ ମୁଖ୍ୟାଳୟ ଦାୟିତ୍ୱ ମିଳିଛି। ସେହିପରି ପ୍ରତାପ କେଶରୀ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ଆଜି ବିଜେଡି ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.