Home ଓଡ଼ିଶା ସଙ୍କଟରେ ଯୋଡା ସହର, ବଡବିଲରେ ଭୟଙ୍କର ହେଉଛି କରୋନା ସ୍ଥିତି, ୧୪ ନୁଆ ଆକ୍ରାନ୍ତ ଚିହ୍ନଟ,...

ସଙ୍କଟରେ ଯୋଡା ସହର, ବଡବିଲରେ ଭୟଙ୍କର ହେଉଛି କରୋନା ସ୍ଥିତି, ୧୪ ନୁଆ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୭୭ରେ ପହଞ୍ଚିଲା 

160

– ମୋହତା ନର୍ସିଂହୋମ ସିଲ
– ମାଡ ଖାଇ ଫେରୁଛନ୍ତି କୋଭିଡ ଯୋଦ୍ଧା
– ଟାଟା ଷ୍ଟିଲ ଡାକ୍ତରଖାନା କୋଭିଡ ହସ୍ପିଟାଲରେ ରୂପାନ୍ତରିତ
– ସଟ୍ ଡାଉନ ସତ୍ୱେ ବଡବିଲ ବାସିନ୍ଦା ଯୋଡାରେ କିଣୁଛନ୍ତି ନିତ୍ୟ ବ୍ୟବହାର୍ଯ୍ୟ  ପଦାର୍ଥ

ଯୋଡା, ୧୦- ୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଉପାନ୍ତ ଯୋଡା ସହର କୋଭିଡ-୧୯ ମୁକାବିଲା ନେଇ ଏବେ ସଙ୍କଟର ସମ୍ମୁଖିନ ହେଉଥିବା ଦେଖାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂକ୍ରମଣଙ୍କ ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ପାଉଥିବା ବେଳେ ଯୋଡା ପୌରପାଳିକାର ସମୟୋଚିତ ପଦକ୍ଷେପ ଯୋଗୁଁ ଯୋଡା ସହରରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଯୋଡା-ବଡବିଲକୁ ଟ୍ୱିନ ସିଟିର ମାନ୍ୟତା ଦିଆଯାଉଥିବା ବେଳେ ବଡବିଲରେ ସଂକ୍ରମଣଙ୍କ ସଂଖ୍ୟା ଏବେ ୬୩ ଥିବା ବେଳେ ଶୁକ୍ରବାର ଦିନ ଆଉ ୧୪ ନୁଆ ସଂକ୍ରମଣ ଚିହ୍ନଟ ପରେ କରୋନା ସଂକ୍ରମଣ ସଂଖ୍ୟା ୭୭ରେ ପହଞ୍ଚିଥିବା ଫଳରେ ଏହାକୁ ସଂକ୍ରମିତ ଅଞ୍ଚଳ ଘୋଷଣା କରାଯାଇ ପ୍ରଶାସନ ପକ୍ଷରୁ ବଡବିଲ ସହର ଓ ସମସ୍ତ ରାସ୍ତାକୁ ୨୦ତାରିଖ ପର୍ଯ୍ୟନ୍ତ ସିଲ୍ କରିଦିଆଯାଇଛି । ଏବଂ ଯୋଡା ବ୍ଲକ ରୋଇଡା ଗ୍ରାମ ପଞ୍ଚାୟତକୁ ୫ ଦିନ ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ତେବେ ଯୋଡା ସହରରେ ଏପର‌୍ୟ୍ୟନ୍ତ ୪ଟି କରୋନା ସଂକ୍ରମଣ ଚିହ୍ନଟ କରାଯାଇଥିବା ବେଳେ ଏହା ପ୍ରଶାସନର ନିୟନ୍ତ୍ରଣରେ ରହିଛି । ବଡବିଲ ସଂକ୍ରମିତ ଅଞ୍ଚଳ ଘୋଷଣା ହେବା ପରେ ବଡବିଲର କିଛି ବ୍ୟକ୍ତି ଗଳି ପୋଛି ଜଙ୍ଗଲ ବାଟ ଦେଇ ଯୋଡାରୁ ଦୈନିକ ବ୍ୟବହାର‌୍ୟ୍ୟ ଜିନିଷ ପତ୍ର ଯୋଡାରୁ ନେବା ଆଣିବା କରିବା ଦ୍ୱାରା ଯୋଡାବାସୀ ସଂକ୍ରମଣ ହେବାର ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ବିଭିନ୍ନ ସମୟରେ ପୌରାପଳିକା ଦ୍ୱାରା ନିୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡି କର୍ମଚାରୀ ଏହି କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ଯାଉଥିବା ବେଳେ ବିଭିନ୍ନ ସମୟରେ ଆକ୍ରମଣର ଶୀକାର ହେଉଥିବା ଜାଣିବାକୁ ମିଳିଛି । ତେବେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ସହାୟତା ଯୋଗାଇନଦେବାରୁ ସେମାନଙ୍କର ମନୋବଳ କ୍ଷୁର୍ଣ୍ଣ ହେଉଥିବା ଜଣାପଡିଛି । ଗୁରୁବାର ଦିନ ଏସେଲ ମାଇନିଙ୍ଗରେ ଗୃହ ସଂଗରୋଦ୍ଧରେ ରହିଥିବା ଜଣେ ସଂକ୍ରମିତ ବ୍ୟକ୍ତି ଯୋଡାସ୍ଥିତ ମୋହତା ନର୍ସିଂ ହୋମରେ ଚିକିତ୍ସିତ ହୋଇଫେରିଥିବା ବେଳେ ସନ୍ଧ୍ୟାରେ ତାଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବାରୁ ମୋହତା ନର୍ସିଂ ହୋମକୁ ଗୁରୁବାର ସନ୍ଧ୍ୟାରେ ସିଲ୍ କରିଦିଆଯାଇ ସକ୍ରମିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏବଂ ଏହି ନର୍ସିଂ ହୋମରେ କାର‌୍ୟ୍ୟରତ ଡାକ୍ତରଙ୍କ ସମେତ ୨୪ ଜଣ କର୍ମଚାରୀଙ୍କର ସ୍ୱାବ ଟେଷ୍ଟ ନିମନ୍ତେ ପଠାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ପୃଥକ ଭାବେ ୩ଜଣ କରୋନା ସଂକ୍ରମଣକୁ ପୌରପାଳିକା ଚିହ୍ନଟ କରି ସେମାନଙ୍କୁ ଚିକିତ୍ସା ନିମନ୍ତେ ପଠାଇଥିବା ବେଳେ ଗୁରୁବାର ଦିନ ଆଉ ଜଣେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିଛି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣଙ୍କୁ ଚିହ୍ନଟ କରି ତାଙ୍କୁ ସଂଗରୋଦ୍ଧ କେନ୍ଦ୍ରରେ ରଖି ସେମାନଙ୍କର ସ୍ୱାବ ପରୀକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛି । ପରିସ୍ଥିତିକୁ ନଜରରେ ରଖି ଯୋଡା ଠାରେ ଥିବା ଟାଟା ଷ୍ଟିଲ ଡାକ୍ତରଖାନାକୁ ପ୍ରଶାସନ ପକ୍ଷରୁ କୋଭିଡ ହସ୍ପିଟାଲ ଭାବେ ରୂପାନ୍ତରିତ କରାଯାଇଛି । ଏଠାରେ ୫୦ଟି ସଜ୍ୟା ଥିବା ବେଳେ ୬ଟି ଭେଣ୍ଟିଲେଟରର ବ୍ୟବସ୍ଥା ରହିଛି । ଯୋଡା ବାସୀଙ୍କ ନିମନ୍ତେ ଯୋଡା ଇଷ୍ଟ ଟିସ୍କୋ ଡେସପେନସାରୀ, କମାରଯୋଡା ସରକାରୀ ଡାକ୍ତରଖାନା, ଯୋଡା ବସ୍ ଷ୍ଟାଣ୍ଡ ଠାରେ ଥିବା ପୌରପାଳିକା ଫିଭର କ୍ଲିନିକକୁ ଜନସାଧାରଣଙ୍କ ପ୍ରାଥମିକ ଚିକିତ୍ସା ନିମନ୍ତେ ସକ୍ରିୟ ରଖାଯାଇଛି । ତେବେ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ଦେବାର ଆବଶ୍ୟକତା ରହିଛି । ବଡବିଲର ପରିସ୍ଥିତି ଦିନକୁ ଦିନ ଏବେ ଅଣାୟତ ହେବାରେ ଲାଗିଥିବା ବେଳେ ଯୋଡା ପୌରପାଳିକା ଏଥି ପ୍ରତି ସତର୍କତା ଅବଲମ୍ବନ ନକଲେ ବଡବିଲର ପରିସ୍ଥିତି ହେବାକୁ ବେଶି ସମୟ ଲାଗିବନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.