Home କେନ୍ଦୁଝର କଣ୍ଟେନରରେ ପିଟିହେଲା ଡମ୍ପର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କଣ୍ଟେନରରେ ପିଟିହେଲା ଡମ୍ପର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

118

ଯୋଡା, ୧୦- ୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଥାନା ବିଲେଇପଦା ଅନ୍ତର୍ଗତ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିଃର ରେଳ ସାଇଡିଂରେ ଏକ ଡମ୍ପର ରେଳ ବଗିକୁ ଧକ୍କା ଦେଇ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଖବରରୁ ଜଣାପଡିଛି ଯେ, ଶୁକ୍ରବାର ପୂର୍ବାହ୍ନର ୨.୩୦ମି. ସମୟରେ ଏକ ଡମ୍ପର ଓଆର୦୯ଇ-୨୯୩୩ଟି ବିଲେଇପଦା ରେଳ ସାଇଡିଂକୁ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ କାରଖାନରୁ ସ୍ପଞ୍ଜ ବୋଝେଇ କରି ରେଳ ସାଇଡିଂକୁ ଖଲାସ କରିବାକୁ ଆସୁଥିବା ବେଳେ ୩ନଂ ଲାଇନରେ ଠିଆ ହୋଇଥିବା କଣ୍ଟେନର ବଗିରେ ଡମ୍ପର ଗାଡିର ଡାଲା ବାଜି ଡମ୍ପରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ପାଖରେ ଥିବା କିଛି ଶ୍ରମିକ ଓ ଗାଡିର ଡ୍ରାଇଭର, ହେଲଫର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିଃର ନିଜସ୍ୱ ସାଇଡିଂରେ ସୁରକ୍ଷା କର୍ମି ନିୟୋଜିତ ଥିଲେ ମଧ୍ୟ କିପରି ଏ ଦୁର୍ଘଟଣା ଘଟିଲା ଏହାକୁ ନେଇ ସୁରକ୍ଷାରେ ଢିଲାକୁ ଦାୟି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.