Home ଜିଲ୍ଲା ପରିକ୍ରମା ‘ସକ୍ଷମ ହିଁ ଶକ୍ତି’ମିଶନ ଶକ୍ତି ମା ମାନଙ୍କର ଆଗକୁ ବଢିବାର ଏକ ନୂଆ ଆଶା: କୃଷିମନ୍ତ୍ରୀ...

‘ସକ୍ଷମ ହିଁ ଶକ୍ତି’ମିଶନ ଶକ୍ତି ମା ମାନଙ୍କର ଆଗକୁ ବଢିବାର ଏକ ନୂଆ ଆଶା: କୃଷିମନ୍ତ୍ରୀ ଡ.ସାହୁ

113

ନୟାଗଡ଼, ୨୦ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ସ୍ଥିତ ଖୁଟୁବନ୍ଧ ଆଇଟିଆଇ କ୍ୟାମ୍ପସ ପରିସରରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ଏକ ନୂଆ ପ୍ରକଳ୍ପ ସକ୍ଷମ ହିଁ ଶକ୍ତି ର ଶୁଭାରମ୍ଭ ହୋଇଯାଇଛି। ଓଡ଼ିଶାର କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମା’ମାନଙ୍କ ଭୂମିକା ଅତୁଳନୀୟ ବୋଲି କହିବା ସହିତ ମା’ମାନଙ୍କ ପାଇଁ ସରକାରଙ୍କ ଯୋଜନା ସୂଦୁର ପ୍ରସାରୀ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ମା’ମାନଙ୍କୁ ଅତ୍ୟାଧୁନିକ କପଡ଼ା ସିଲାଇ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବା ସହିତ ଏକାଥରରେ ୪୫ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ଆବାସିକ ତାଲିମ ୩୦ ଦିନ ପର୍ଯ୍ୟନ୍ତ ଦିଆଯିବ। ଏହିଭଳି ତାଲିମ ୧୦ଟି ବ୍ୟାଚର ୪୫୦ଜଣ ମା ମାନଙ୍କ ପାଇଁ ଯୋଜନା କରାଯାଇଛି। ଏଥିସହିତ ଗୋଟିଏ ବ୍ୟାଚରେ ୪୫ ଜଣ ଅଂଶଗ୍ରହଣ କରିପାରିବେ ଏବଂ ଏହି ୩୦ ଦିନିଆ ତାଲିମ ଅବଧି ଭିତରେ ସେମାନଙ୍କ ରହିବା, ଖାଇବାର ସମସ୍ତ ସୁବିଧା ଯୋଗାଇ ଦିଆଯିବା ପାଇଁ ସରକାର ବ୍ୟବସ୍ଥା କରିଥିବା ମନ୍ତ୍ରୀ ଡ. ସାହୁ କହିଥିଲେ। ସରକାର ମିଶନ ଶକ୍ତି ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ମା’ମାନେ ବହୁତ ଆଗକୁ ଯାଇ ବ୍ୟକ୍‌ିଗତ ଭାବେ ନିଜ ପରିବାରକୁ ଆର୍ଥୀକ ସହାୟତା ଯୋଗାଇ ଦେଶକୁ ବଢିବାରେ ସାହାର୍ଯ୍ୟ କରିଛନ୍ତି। କିନ୍ତୁ ଏହି ସକ୍ଷମ ହିଁ ଶକ୍ତିର ଚିନ୍ତାଧାରା ଗୋଷ୍ଠୀ ସ୍ତରରୁ ଆଉ ପାଦେ ଆଗୁଆ। ଏହା ମିଶନ ଶକ୍ତି ମା ମାନଙ୍କ ପାଇଁ ଏହା ବଡ଼ ପ୍ରୟାସ। ଯେଉଁଥିରେ ଜିଲ୍ଳାର ବିଭିନ୍ନ ଏସ୍‌ଏଚ୍‌ଜିର ଯୋଗ୍ୟ ସଭ୍ୟା ଭାଗନେଇ ନିଜ ଦକ୍ଷତା ଓ ଜୀବିକାକୁ ଆଗେଇ ପାରିବେ। ମା’ମାନେ ତାଲିମ ଶେଷ କରିବା ପରେ ସେମାନଙ୍କୁ ମିଶନ ଶକ୍ତି ଋଣ ଓ ମହାସଂଘର ଋଣ ନେଇ ନିଜ ସ୍ତରରେ ଅଥବା ଛୋଟ ଛୋଟ ସିଲାଇ ଶିଳ୍ପ ପ୍ରତିଷ୍ଠା କରି ରୋଜଗାରକ୍ଷମ ହୋଇପାରିବା ଲକ୍ଷ୍ୟ ରଖାଯାଇଛି। ଯାହାକି ମା’ମାନଙ୍କ ପାଇଁ ଏହା ଏକ ବଡ଼ ପ୍ରୟାସ ବୋଲି ବିବେଚନା କରାଯାଉଛି। ଆଗକୁ ଏପରି ଅନେକ ଯୋଜନା ଯେପରି ମିଶନ ଶକ୍ତି କେଫ୍, ମିଶନ ଶକ୍ତି ବଜାର, ଛତୁ ପ୍ରକ୍ରିୟାକରଣ, ମୁଗଡାଲି ପ୍ରକ୍ରିୟାକରଣ ଆଦି ର୍କାର୍ର୍ଯ୍ୟକ୍ରମମାନ ଆରମ୍ଭ କରିବା ମା’ମାନଙ୍କ ପାଇଁ ସ୍ୱପ୍ନ ରହିଛି ବୋଲି ଜିଲ୍ଳାପାଳ ଡ.ପୋମା ଟୁଡୁ କହିଥିଲେ। ଏହି ସକ୍ଷମ ଶକ୍ତିକୁ ସକ୍ଷମ କରିବା ପାଇଁ ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାର ଓ ଓଡ଼ିଶା ଦକ୍ଷତା ବୃଦ୍ଧି କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଜ ରହିଛି। ଦକ୍ଷତ ମାନ ଓ ତାଲିମ ନିମନ୍ତେ ଜିଲ୍ଳା ପ୍ରଶାସନ ହାଇଦ୍ରାବାଦ ସ୍ଥିତ କେଆରଡି ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍ ଙ୍କ ସହିତ ସହଯୋଗ ନେଇଛନ୍ତି। ମିଶନ ଶକ୍ତି ମା’ମାନଙ୍କ ପାଇଁ ଓଡ଼ିଶା ସରକାର ଦେଖୁଥିବା ସ୍ୱପ୍ନ ଏହିଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସଫଳ ହୋଇପାରିବ ବୋଲି ଆଶ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଓରମାସ୍ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ଓ ଜିଲ୍ଳାର ବିଭିନ୍ନ ବିଭାଗର ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.