Home ଜିଲ୍ଲା ପରିକ୍ରମା ନୟାଗଡ଼ ପୌର ପରିଷଦରେ ବିଜୁ ସ୍ୱାସ୍ଥ୍ୟକାର୍ଡ଼ ବଂଟନ

ନୟାଗଡ଼ ପୌର ପରିଷଦରେ ବିଜୁ ସ୍ୱାସ୍ଥ୍ୟକାର୍ଡ଼ ବଂଟନ

106

ନୟାଗଡ଼, ୨୦ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ସହରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ମା’ଦକ୍ଷିଣକାଳୀ ପଡ଼ିଆ ଏପରି ୨ଟି ସ୍ଥାନରେ ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବିଜୁ ସ୍ୱାସ୍ଥ୍ରକାର୍ଡ଼ ବଂଟନ କରାଯାଇଛି। କୃଷି, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି କାର୍ଡ଼କୁ ବଂଟନ କରିଥିଲେ। ମନ୍ତ୍ରୀ ଡ.ସାହୁ ତାଙ୍କ ଅଭିଭାଷଣରେ କହିଲେଯେ, ସହରକୁ ସବୁପ୍ରକାର ସୌନ୍ଦର୍ଯ୍ୟକରଣ କରାଯିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ସହରକୁ ୫୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ପ୍ରତି ଘରକୁ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିବା ସହିତ ସହରରେ ଆଉ ଅଧିକ ୨୩ କିମି ରାସ୍ତାକୁ ଏଲ୍‌ଇଡି ଲାଇଟ୍ ସଂଯୋଗ କରାଯିବ ବୋଲି ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.