Home ଜିଲ୍ଲା ପରିକ୍ରମା ସଂସ୍କୃତ ମହାମଣ୍ଡଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ମହୋତ୍ସବ

ସଂସ୍କୃତ ମହାମଣ୍ଡଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ମହୋତ୍ସବ

9

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ରାଜ୍ୟ କାରିଣୀ ସଭା ସରସ୍ୱତୀ ବିହାର, ବରପଦା, ଭଦ୍ରକ ଠାରେ ଅଧ୍ୟକ୍ଷ ଡ଼. ସଦାନନ୍ଦ ଦୀକ୍ଷିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମହାମଣ୍ଡଳର ମାର୍ଗଦର୍ଶକ ବିଶିଷ୍ଟ ସ୍ତମ୍ଭକାର ଅରୁଣ କୁମାର ପଣ୍ଡାଙ୍କ ବିୟୋଗରେ ଶୋକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ପରେ କାର୍ଯ୍ୟକାରୀ ସଭାପତି ଡ଼. ଶୈଳେନ୍ଦ୍ର ନାରାୟଣ ପାଢ଼ୀ ସଭାପରିଚାଳନା କରିଥିଲେ । ମହାମଣ୍ଡଳର ସଂପାଦକ ଡ଼. ଚିତ୍ତରଂଜନ ଷଡ଼ଙ୍ଗୀ ସଂସ୍କୃତ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ନିଯୁକ୍ତି, ନୂତନ ୩୯ଟି ସଂସ୍କୃତ ବିଦ୍ୟାଳୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ଦରମା ପ୍ରଦାନ, ସଂସ୍କୃତ ଶିକ୍ଷାଧୀକ୍ଷକ ପଦପୂରଣ, ସଂସ୍କୃତ ବିଦ୍ୟାଳୟକୁ ୫-ଟି ଅନ୍ତର୍ଭୁକ୍ତ କରାଇବା, ପରିଚାଳନା ସମିତି ଗୁଡ଼ିକର ଅନୁମୋଦନ ଇଦ୍ୟାଦି ଦାବୀ ସଂପର୍କରେ ପ୍ରସ୍ତାବ ଆଗତ କରିଥିଲେ । ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ବଲାଙ୍ଗିର, କେନ୍ଦ୍ରାପଡ଼ା, ମୟୁରଭଂଜ, କେନ୍ଦୁଝର, ଯାଜପୁର, ପୁରୀ ଜିଲ୍ଲାର ପ୍ରତିନିଧି ଓ ରାଜ୍ୟ କାର୍ଯ୍ୟକାରିଣୀର ଶତାଧିକ ସଦସ୍ୟ ଯୋଗଦେଇ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଏହ ଅବସରରେ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ କୃତିତ୍ୱପୂର୍ଣ୍ଣ ଅବଦାନ ପାଇଁ ସମ୍ମାନଜନକ ଡ଼କ୍ଟରେଟ ଉପାଧି ପାଇଥିବା ଡ଼. ଶୈଳେନ୍ଦ୍ର ନାରାୟଣ ପାଢ଼ୀ, ଡ଼. ଚିତ୍ତରଂଜନ ଷଡ଼ଙ୍ଗୀ, ଡ଼. ସିଦ୍ଧେଶ୍ୱର ପଣ୍ଡା, ଡ଼. ବାସୁଦେବ ସେନ, ଡ଼. ନାରାୟଣ ମିଶ୍ର ଓ ନାରାୟଣ ଚନ୍ଦ୍ର ଦାଶଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ଡ଼. ସଦାନନ୍ଦ ଦୀକ୍ଷିତଃ ସମ୍ବର୍ଧିତ କରିଥିଲେ । ମହାମଣ୍ଡଳ ପକ୍ଷରୁ ଡ଼. ଶୈଳେନ୍ଦ୍ର ନାରାୟଣ ପାଢ଼ୀଙ୍କୁ ସଂସ୍କୃତ ସାରଥି , ପଣ୍ଡିତ କୃଷ୍ଣଚନ୍ଦ୍ର ମିଶ୍ର, ପଣ୍ଡିତ ସୁବାସ ଚନ୍ଦ୍ର ପାଣିକୁ ସଂସ୍କୃତ ସେବକ ଉପାଧି ପ୍ରଦାନ କରାଯାଇଥିଲା । ସଂସ୍କୃତ ଶିକ୍ଷକମାନଙ୍କର କୃତିତ୍ୱ ଆଜି ଆନ୍ତର୍ଜାତିକସ୍ତରରେ ସ୍ୱୀକୃତ ହେବ ଏକ ଉତ୍ସହପ୍ରଦ ଘଟଶ ବୋଲି ଡ଼. ଦୀକ୍ଷିତଃ ମତବ୍ୟକ୍ତ କରିଥିଲେ । ଲୋକଭାଷା ସୁଶ୍ରୀଃ ସଂସ୍କୃତ ପତ୍ରିକା ମଧ୍ୟ ଲୋକାର୍ପିତ ହୋଇଥିଲା । ଡ଼. ବାସୁଦେବ ସେନ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.