Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକ୍‌ରେ ମିଳିତ ଜନଶୁଣାଣୀ ଶିବିର

ଚାନ୍ଦବାଲି ବ୍ଲକ୍‌ରେ ମିଳିତ ଜନଶୁଣାଣୀ ଶିବିର

11

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଜନଶୁଣାଣୀ ଶିବିର ଆଜି ଚାନ୍ଦବାଲି ବ୍ଲକ୍‌ରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌ପି ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୮୬ଟି ଅଭିଯୋଗ ଶୁଣିଥିଲେ । ଏଥିମଧ୍ୟରୁ ୭୭ଟି ବ୍ୟକ୍ତିଗତ ଓ ୯ଟି ସାମୂହିକ ସମସ୍ୟା ସମ୍ବଳିତ ଅଭିଯୋଗ ଥିଲା ।ଗୋଟିଏ ଅଭିଯୋଗର ତତ୍‌କାଳ ସମାଧାନ କରାଯାଇଥିଲା । ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲାପାଳ ମନୋଜ ପାତ୍ର, ଚାନ୍ଦବାଲି ତହସିଲାର ଅଶ୍ୱିନୀ କୁମାର ଭୂୟାଁ, ଏଡିପିଏଚ ଓ ସନ୍ତୋଷ କୁମାର ପୃଷ୍ଟି ପ୍ରମୁଖ ଏହି ଶିବିରରେ ଯୋଗଦେଇ ଶୁଣାଣୀ କାର୍ଯ୍ୟରେ ଜିଲାପାଳଙ୍କୁ ସହଯୋଗ କରିଥିଲେ । ଭଦ୍ରକ ଜିଲାସ୍ତରୀୟ ଓ ଏହି ବ୍ଲକ୍‌ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଆଗତ ଅଭିଯୋଗ ସମାଧାନ ଦିଗରେ ଆବଶ୍ୟକ ମତେ ଜିଲାପାଳଙ୍କ ଠାରେ ତଥ୍ୟ ଉପସ୍ଥାପନ କରିଥିଲେ । ବିଶେଷକରି ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଭିନ୍ନ ଭତ୍ତା, ରାସ୍ତା ଆଦି ସମ୍ବନ୍ଧରେ ଅଭିଯୋଗ ଆଗତ ହୋଇଥିଲା । ଚାନ୍ଦବାଲି ବିଡିଓ ଅସିତ୍ କୁମାର ମହାନ୍ତି ଏହି ଶିବିର ଆୟୋଜନ ଓ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.