Home ଓଡ଼ିଶା ଗ୍ରାମାଂଚଳ ଭଲି ଖେଳରେ  ୮ ଟି ଦଳ ରେ ନରସିଂହପୁର ସର୍ବଶ୍ରେଷ୍ଠ

ଗ୍ରାମାଂଚଳ ଭଲି ଖେଳରେ  ୮ ଟି ଦଳ ରେ ନରସିଂହପୁର ସର୍ବଶ୍ରେଷ୍ଠ

122

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୧୧- ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମପଞ୍ଚାୟତ ଲତାର ଠାରେ ନଭେମ୍ବର ୨୮ ତାରିଖ ରାତ୍ରୀରେ ଏକଦିବସୀୟ ବିଶ୍ୱଜିତ୍ ଶତପଥି ମେମୋରେବୁଲ୍ ରାତ୍ରୀକାଳିନ ଭଲି ଖେଳ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ  ଖୋର୍ଦ୍ଧା ଜିଲ୍ଲା ଓ ନୟାଗଡ ଜିଲ୍ଲାର  ଆଂଚଳିକ ଦଳ ଯୋଗ ଦେଇଥିଲେ । ନରସିଂହପୁର , ପାଟଣା ,  ରାଜସୁନାଖଳା , ଲତାର , ହଂସରା , ଲେଖନପୁର ,  ବଳଭଦ୍ରପୁର ଓ ଗଡବାଣିକିଲୋ ୮ ଗୋଟିଦଳ ଯୋଗ ଦେଇଥିଲେ । ଶେଷ ଖେଳ ଗଡବାଣିକିଲୋ ଓ ନରସିଂହପୁର ମଧ୍ୟରେ  ଅନୁଷ୍ଠିତ ହୋଇଥିଲା ।

ନରସିଂହପୁର ଦଳ ଗଡବାଣିକିଲୋ ଦଳ କୁ ପଛରେ ପକାଇ ସର୍ବଶ୍ରେଷ୍ଠ ଦଳ ଭାବରେ ବିବେଚିତ ହୋଇଥିଲା ।  ପ୍ରଫୁଲ୍ଲ ଦଳବେହେରା , ପୁପୁନା ମହାରଣା ଓ ବେଲାଲ୍‌ଉଦିନ୍ ଖାଁ  ଖେଳ ପରିଚାଳନା କରିଥିଲେ । ଅତିଥି ଭାବରେ ସରପଞ୍ଚ ସୁକାନ୍ତ ସାମନ୍ତରାୟ , ସମିତି ସଭ୍ୟ ତପନ କୁମାର ପଟ୍ଟନାୟକ ଓ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ  ଯୋଗ ଦେଇଥିଲେ ।  ଏହିଖେଳ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ଭଲି ଖେଳପ୍ରିୟ ଯୁବକ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.