Home ଓଡ଼ିଶା ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ରାଜ୍ୟର ବିକାଶ କ୍ଷେତ୍ରରେ ଅନେକ ପ୍ରସଙ୍ଗ ଥିବା କାରଣରୁ...

ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ରାଜ୍ୟର ବିକାଶ କ୍ଷେତ୍ରରେ ଅନେକ ପ୍ରସଙ୍ଗ ଥିବା କାରଣରୁ ରାଜ୍ୟ ବିଜେପି ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ

126

ଭୁବନେଶ୍ୱର, ୨୦/୦୬ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ସହଯୋଗରେ ଗତ ୫ ବର୍ଷରେ ରାଜ୍ୟରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି ଏବଂ ଆଗାମୀ ଦିନରେ ଅନେକ ବିକାଶମୂଳକ କାର୍ଯ୍ୟ ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଆଜିର ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ରାଜ୍ୟର ବିକାଶ କ୍ଷେତ୍ରରେ ଅନେକ ପ୍ରସଙ୍ଗ ଥିବା କାରଣରୁ ରାଜ୍ୟ ବିଜେପି ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରାଯାଇଛି ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ୫ ବର୍ଷ ଶାସନରେ କେନ୍ଦ୍ର ସରକାର ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ’ ଆଧାରରେ କାର୍ଯ୍ୟ କରିଛନ୍ତି। ବର୍ତମାନ ସେଥିରେ ‘ସବକା ବିଶ୍ୱାସ’ ଯୋଡି ଆଗାମୀ ୨୦୨୨ ସୁଦ୍ଧା ଏକ ନୂଆ ଭାରତ ଗଠନ ହେବା ସହ ଶକ୍ତିଶାଳୀ ଭାରତର ଗଠନ କରିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ ବୋଲି ମହାମହିମ ରାଷ୍ଟ୍ରପତି ଆଜି ସଂସଦର ମିଳିତ ଅଧିବେଶନରେ ଦେଇଥିବା ନିଜ ଅଭିଭାଷଣରେ କହିଛନ୍ତି। ନୂଆ ଭାରତ ଗଠନରେ ଓଡିଶା ଏକ ବଡ ଭୁମିକା ନେବ। ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ୬୧ କୋଟିରୁ ଅଧିକ ମତଦାନ, ପ୍ରଥମ ଥର ପାଇଁ ସର୍ବାଧିକ ୭୮ ଜଣ ମହିଳା ନିର୍ବାଚିତ ହେବା ନିଶ୍ଚିତ ଭାବେ ସୁସ୍ଥ ଗଣତନ୍ତ୍ର ପାଇଁ ଉଦାହରଣ ସୃଷ୍ଟି କରିପାରିଛି।

ଦେଶର ବିଭିନ୍ନ ନଦୀକୁ ପ୍ରଦୃଷଣ ମୁକ୍ତ କରିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ନମାମି ଗଙ୍ଗା ଯୋଜନାରେ ରାଜ୍ୟର ମୁଖ୍ୟ ମହାନଦୀ ସମେତ କାବେରୀ, ପେରିୟାର, ଯମୁନା ଏବଂ ଗୋଦାବରୀ ଭଳି ଅନ୍ୟ ନଦୀକୁ ପ୍ରଦୃଷଣମୁକ୍ତ ରଖାଯିବ। ଜଙ୍ଗଲ, ବନ୍ୟ ଜୀବଜନ୍ତୁ ଏବଂ ପର୍ଯ୍ୟାବରଣ ସଂରକ୍ଷଣରେ କେନ୍ଦ୍ର ସରକାର ଗମ୍ଭୀର ଭାବେ କାର୍ଯ୍ୟ କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବଲ ୱାମିଙ୍ଗକୁ ରୋକିବା ପାଇଁ ଭାରତର ସକ୍ରିୟ ଚେଷ୍ଟାରେ ଆନ୍ତର୍ଜାତିକ ସୋଲାର ଆଲାଏନ୍ସର ଗଠନ କରାଯିବା ଅତ୍ୟନ୍ତ ଉତ୍ସାହଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଭାରତମାଳା ପରିଯୋଜନା ଆଧାରରେ ଦେଶରେ ୩୫ ହଜାର କିମି ଜାତୀୟ ରାଜପଥ ନିର୍ମାଣ କରାଯିବ। ସେହିପରି ସାଗରମାଳା ପରିଯୋଜନାରେ ଦେଶର ଉପକୂଳ ଅଂଚଳରେ ଥିବା ବନ୍ଦରଗୁଡିକର ପାଖାପାଖି ଅଂଚଳରେ ନୂଆ ସଡକ ନିର୍ମାଣ କରାଯିବା ଦ୍ୱାରା ଓଡିଶା ଭଳି ରାଜ୍ୟ ବିଶେଷ ଭାବେ ଉପକୃତ ହେବା ସହ ଓଡିଶାବାସୀ ଲାଭାନ୍ୱିତ ହୋଇପାରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଅନ୍ତରିକ୍ଷ ଟେକ୍ନୋଲୋଜି ସହାୟତାରେ ଜଳ, ସ୍ଥଳ ଏବଂ ଆକାଶରେ ଆମ ସୁରକ୍ଷା ମଜବୁତ ହୋଇଛି। ପାଣିପାଗର ସଠିକ ପୂର୍ବାନୁମାନ ଦ୍ୱାରା ପୂର୍ବାନୁମାନ କରି ଜନ ଜୀବନ ସୁରକ୍ଷିତ ରଖାଯାଇପାରିଛି। ସେହିପରି ଉଜ୍ଜଳା ଯୋଜନା ଦ୍ୱାରା ଧୂଆଁରୁ ମୁକ୍ତି, ମିଶନ ଇନ୍ଦ୍ରଧନୁଷ ଯୋଜନାରେ ଟୀକାକରଣ ଏବଂ ସୌଭାଗ୍ୟ ଯୋଜନା ଅନୁସାରେ ମାଗଣା ବିଦ୍ୟୁତ ସଂଯୋଗ ଦ୍ୱାରା ସବୁଠୁ ଅଧିକ ଗ୍ରାମୀଣ ମହିଳା ଲାଭାନ୍ୱିତ ହୋଇଛନ୍ତି ଏବଂ ବିଶେଷ କରି ଓଡିଶା ଏବଂ ଓଡିଶାବାସୀଙ୍କ ବିକାଶ ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.