Home Coronavirus Outbreak ସଂପୂର୍ଣ୍ଣ ଲକ୍ ଡାଉନ୍: ନିୟମ ଭାଙ୍ଗିଲେ ଗୁଳି !

ସଂପୂର୍ଣ୍ଣ ଲକ୍ ଡାଉନ୍: ନିୟମ ଭାଙ୍ଗିଲେ ଗୁଳି !

825

ଭୁବନେଶ୍ୱର: କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ୨୪ ତାରିଖ ରାତି ୧୨ଟାରୁ ୨୧ ଦିନ ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହା ଏକ ପ୍ରକାର କର୍ଫ୍ୟୁ ଏବଂ ଏହାକୁ କଡ଼ାକଡ଼ି ଭାବରେ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ସ୍ଥିତି ସମ୍ଭାଳିବା ପାଇଁ ସଜାଗ ହୋଇ ପଡ଼ିଥିବା ବେଳେ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଆଦେଶ ପାଳନ ପାଇଁ ତତ୍ପର ହୋଇପଡ଼ିଛନ୍ତି। ତେବେ, ତେଲେଙ୍ଗାନାରେ ଏହାର କାର୍ଯ୍ୟକାରିତା ଉପରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅଧିକ କଠୋର ମନୋଭାବ ପୋଷଣ କରିଛନ୍ତି। ଯେଉଁମାନେ ଲକଡାଉନ୍ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କେ.ସି.ଆର। ଯଦି ଲୋକମାନେ ପୋଲିସର କଥା ଶୁଣିବେ ନାହିଁ ତେବେ ମୁଁ ସେନା ନିୟୋଜନ ମାଗିବି ଏବଂ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଜାରି କରାଯିବ ବୋଲି ତେଲେଙ୍ଗାନା ସିଏମ୍ କହିଛନ୍ତି।

ତେଲେଙ୍ଗାନା, ଦେଶର ଅନ୍ୟାନ୍ୟ ରାଜ୍ୟ ସହିତ ୨୧ ଦିନିଆ ଲକ୍ ଡାଉନ୍ ଭିତରେ ରହିବ। ଯେଉଁଥିରେ କର୍ଫ୍ୟୁ ଭଳି ବ୍ୟବସ୍ଥା ରହିବ। କିନ୍ତୁ, ପନିପରିବା, ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ରନ୍ଧନ ଗ୍ୟାସ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବ୍ୟତିକ୍ରମ ରହିବ। ତେଲେଙ୍ଗାନା ସିଏମ୍ ରାଜ୍ୟବାସୀଙ୍କୁ ପୋଲିସର ନିର୍ଦ୍ଦେଶ ପାଳନ କରିବାକୁ ଏବଂ ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏହାସହ ସମସ୍ତ ବିଧାୟକ, ମନ୍ତ୍ରୀ ଏବଂ କର୍ପୋରେଟର ଆଦିଙ୍କୁ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦେଇ, ଏହା ସେମାନଙ୍କର କାର୍ଯ୍ୟ କରିବାର ସମୟ ବୋଲି କହିଛନ୍ତି କେ.ସି.ଆର। କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ରୋଗୀଙ୍କ ପାସପୋର୍ଟ ଛଡ଼ାଇ ନିଆଯାଉଛି। ଯେଉଁମାନେ ହୋମ କ୍ୱାରାଣ୍ଟାଇନ୍ ପ୍ରୋଟୋକଲ୍ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ପାସପୋର୍ଟ ମଧ୍ୟ ଜବତ କରାଯିବ ବୋଲି ସିଏମ କହିଛନ୍ତି।

ତେଲେଙ୍ଗାନାରେ ୩୬ଟି କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ମାମଲା ପଞ୍ଜିକୃତ କରିଛି ଏବଂ କୋଭିଡ୍ – ୧୯ର ୧୪୦ଟି ସନ୍ଦେହଜନକ ମାମଲା ରହିଛି। ରାଜ୍ୟରେ ଏ’ପର୍ଯ୍ୟନ୍ତ ୧୯୩୩୦ ଜଣ ବିଦେଶୀ ପ୍ରତ୍ୟାବର୍ତ୍ତନକାରୀଙ୍କୁ ସ୍କ୍ରିନ କରାଯାଇଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.