Home ଅପରାଧ ସଂଖ୍ୟାଲଘୁଙ୍କ ଉପରେ ଆତ୍ମଘାତୀ ଆକ୍ରମଣ

ସଂଖ୍ୟାଲଘୁଙ୍କ ଉପରେ ଆତ୍ମଘାତୀ ଆକ୍ରମଣ

221

କାବୁଲ: କିଛି ଅଜ୍ଞାତ ବନ୍ଧୁକଧାରୀ ଏବଂ ଆତ୍ମଘାତୀ ବିସ୍ଫୋରଣକାରୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ସଂଖ୍ୟାଲଘୁ ଶିଖଙ୍କ ଏକ ଧାର୍ମିକ କାର୍ଯ୍ୟକ୍ରମ ଉପରେ ଆକ୍ରମଣ କରିଛନ୍ତି। ପ୍ରାୟ ୨୦୦ ଜଣ ଲୋକ ଭିତରେ ଫସି ରହିଥିବା ଜଣାପଡିଛି। ଏଥିରେ ଶିଖ ସଂପ୍ରଦାୟ ସମେତ କିଛି ହିନ୍ଦୁ ସଂପ୍ରଦାୟ ଭକ୍ତ ରହିଥିବା ଜଣାପଡ଼ିଛି। ଆଫଗାନିସ୍ତାନ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଅବରୋଧ କରି ଆକ୍ରମଣକାରୀଙ୍କ ସହ ଲଢେ଼ଇ ଜାରୀ ରଖିଛନ୍ତି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ତାରିକ ଆରିୟାନ ସାମ୍ବାଦିକମାନଙ୍କୁ ଏକ ବାର୍ତ୍ତାରେ କହିଛନ୍ତି। କେତେ ଆକ୍ରମଣକାରୀ ଅଛନ୍ତି କିମ୍ବା ସେମାନେ କିଏ ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏଥିରେ ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.