Home ଜିଲ୍ଲା ପରିକ୍ରମା ସଂଗ୍ରାମୀ ମହମ୍ମଦ ହନିଫ୍ ସ୍ମୃତି କମିଟି ପୁନର୍ଗଠିତ

ସଂଗ୍ରାମୀ ମହମ୍ମଦ ହନିଫ୍ ସ୍ମୃତି କମିଟି ପୁନର୍ଗଠିତ

19

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ ସଭା ସାଂସଦ ସ୍ୱାର୍ଗ ମହମ୍ମଦ ହନିଫ୍ ସ୍ମୃତି କମିଟିର ସଭାପତି ପରମାନନ୍ଦ ଦାସଙ୍କ ଦେହାନ୍ତ ପରେ ଆଜି ଫେଲୋସିପ୍ ସଭାଗୃହରେ ଏକ ବୈଠକ କରାଯାଇ କମିଟିର ପୁନର୍ଗଠନ କରାଯାଇଛି । ଏଥିରେ ସମାଜସେବୀ ଅଜୟ ନାୟକ ପୌରୋହିତ୍ୟ କରିଥିଲେ । ବରିଷ୍ଠ ସଦସ୍ୟ ଏସ.ଏମ୍‌. ଫାରୁକ୍ ପ୍ରାରମ୍ଭିକ ସୂଚନା ଦେବା ପରେ କମିଟିର ଗଠନ କରାଯାଇଥିଲା । ଏହା ବ୍ୟତୀତ ଆସନ୍ତା ଅକ୍ଟୋବର ୬ ତାରିଖରେ ସ୍ୱର୍ଗତ ମହମ୍ମଦ ହନିଫ୍‌ଙ୍କ ଶ୍ରାଦ୍ଧୋତ୍ସବ ପାଳନ ନେଇ ଆଲୋଚନା କରାଯାଇଥିଲା । ପୁନର୍ଗଠିତ କମିଟିରେ ସଭାପତି ଭାବେ ଅଜୟ ନାୟକ, ଉପସଭାପତି ଡା, ରବୀନ୍ଦ୍ର ନାୟକ ଓ ମୁସ୍ତାକ ଗହ୍ୱର, ସମ୍ପାଦକ ଅନୱାର ହୋସେନ, ସହସମ୍ପାଦକ ଭାବେ ସବର ଅଲୀ ଓ ମୀର୍ଜା ଇଜାଜ୍ ବେଗ୍‌, କୋଷାଧ୍ୟକ୍ଷ ଭାବେ ସେକ୍ କାସିମ୍‌ଙ୍କୁ ମନୋନୀତ କରାଯାଇଛି ।

ଉପଦେଷ୍ଟା ଭାବରେ ଏସ୍‌. ଏମ୍‌. ଫାରୁକ୍‌, ଲଲାଟେନ୍ଦୁ ମହାନ୍ତି, ପ୍ର. ନାସିର ବକ୍ସ, ସୁଧାକର ରାଉତ, ଅଶୋକ ଦାସ, ହରିପ୍ରସାଦ ନନ୍ଦୀ, ସୁଶ୍ରୀ ବସୁମିତ୍ରା ସାହୁଙ୍କୁ ମନୋନୀତ କରାଯାଇଥିଲା । ଆସନ୍ତା ୬ ତାରିଖ ମହମ୍ମଦ ହନିଫ୍‌ଙ୍କ ଶ୍ରାଦ୍ଧୋତ୍ସବ ପୂର୍ବ ବର୍ଷମାନଙ୍କ ଭଳି ଯଥାବିଧି ପାଳନ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଛି । ଏହି ଅବସରରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାମାନ କରାଯିବାକୁ ସ୍ଥିର କରାଯାଇଛି । ଶିକ୍ଷାବିତ୍ ମୁସ୍ତାକ୍ ଗହ୍ୱରଙ୍କ ଅଧ୍ୟକ୍ଷତାରେ ଏକ ୫ଜଣିଆ କମିଟି ଗଠନ କରାଯାଇ ଏହି ପ୍ରତିଯୋଗିତାର ସଫଳ ରୂପାୟନ କରାଯିବ । ପୂର୍ବାହ୍ଣରେ ସମାଧି ପୀଠରେ ମାଲ୍ୟାର୍ପଣ, ସର୍ବଧର୍ମ ପ୍ରାର୍ଥନା ଓ ପରେ ସାଧାରଣ ସଭା ଅନୁଷ୍ଠିତ ହେବ । ଉକ୍ତ ସାଧାରଣ ସଭା ଜିଲ୍ଲା ସଂସ୍କୃତି ଭବନରେ କରାଯିବାକୁ ସର୍ବସମ୍ମତ କ୍ରମେ ନିଷ୍ପତି ନିଆଯାଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସେକ୍ ଜହିରୁଦ୍ଦିନ, ସେକ୍ ମୁସ୍ତାକିନ୍‌, ସେକ୍ ସମ୍‌ସୁଦ୍ଦିନ, ସେକ୍ ଜୁଲଫୁକାର, ସେକ୍ ସମ୍‌ଦାନୀ, କେତାବ ଅଲୀ, ଡା. ରବିନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.