Home ଜିଲ୍ଲା ପରିକ୍ରମା ଜିଲ୍ଲାର ନୂତନ ମୁଖ୍ୟ ମୁଖପାତ୍ର ଭାବରେ ଶୁଭେନ୍ଦୁ ରାୟ ମହାପାତ୍ର ନିଯୁକ୍ତ

ଜିଲ୍ଲାର ନୂତନ ମୁଖ୍ୟ ମୁଖପାତ୍ର ଭାବରେ ଶୁଭେନ୍ଦୁ ରାୟ ମହାପାତ୍ର ନିଯୁକ୍ତ

19

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ବିଭିନ୍ନ ଜିଲ୍ଲା ସ୍ତରୀୟ ମୁଖ୍ୟ ମୁଖପାତ୍ରଙ୍କ ନାମ ଆଜି ପିସିସି ପକ୍ଷରୁ ଘୋଷରା କରାଯାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ମୁଖ୍ୟ ମୁଖପାତ୍ର ଭାବେ ଶୁଭେନ୍ଦୁ ରାୟ ମହାପାତ୍ର ନିଯୁକ୍ତ ହୋଇଛନ୍ତି । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କର ଅନୁମୋଦନ କ୍ରମେ, ରାଜ୍ୟ କଂଗ୍ରେସର ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ନିଯୁକ୍ତିକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ରାୟ ମହାପାତ୍ର ଛାତ୍ରାବସ୍ଥାରୁ ଛାତ୍ର ରାଜନୀତି ସହ ଜଡ଼ିତ ଥିଲେ ଏବଂ ଛାତ୍ର କଂଗ୍ରେସ ତରଫରୁ ୧୯୯୮ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟନିର୍ବାହ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ଭଦ୍ରକ ଟାଉନ୍ କଂଗ୍ରେସ ସଭାପତି, ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଭାବେ୨୦୧୫ ରୁ ୨୦୧୭ ଏବଂ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ । ଭଦ୍ରକ ଜିଲ୍ଲାର ସାଧାରଣ ଲୋକଙ୍କ ସହ ସଂପୃକ୍ତ ବିଭିନ୍ନ ସମସ୍ୟା ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରି ଭଦ୍ରକ ଜିଲ୍ଲାର ସାମୂହିକ ଉନ୍ନତି ଦିଗରେ କାର୍ଯ୍ୟ କରିବେ ବୋଲି ଶ୍ରୀଯୁକ୍ତ ରାୟ ମହାପାତ୍ର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.