ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ବୌଦ୍ଧବିହାରରେ ବିଶ୍ୱସ୍ତରୀୟ ବୌଦ୍ଧଧର୍ମଗୁରୁଙ୍କ ଦ୍ୱାରା ‘ଧର୍ମ ବିଜୟ ବିଶ୍ୱଶାନ୍ତି ପଦଯାତ୍ରା’ ଆଜି ଅନୁଷ୍ଠିତ ହୋଇ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଦାନ କରାଯାଇଛି। ଜାପାନର ପ୍ରଖ୍ୟାତ ବୌଦ୍ଧଧର୍ମଗୁରୁ ଜୁନସେଇ ତେରାସାୱାଙ୍କ ନେତୃତ୍ୱରେ ନେପାଳର ବୌଦ୍ଧଧର୍ମଗୁରୁ ବିବେକ ବେମଜାନ, ପାଖରିନ ସାଜା, କାଜାକସ୍ତାନର ବୌଦ୍ଧଧର୍ମଗୁରୁ ଆଲେକ୍ସି ସ୍ମଗଲ୍ୟ, ମହାରାଷ୍ଟ୍ରର ସମ୍ରାଟ ରହି ସୋଡାୱାତେ, ବିନୋଦ ମଲ୍ଲାରୀ, କମଲ କିଶୋର ଭଟ୍ଟ, ଅରୁଣାଚଳପ୍ରଦେଶର ଦୀପକ ଠାକୁରଙ୍କ ସମେତ କଟକ ନୂଆପାଟଣା ବୌଦ୍ଧ ସଂଘ ସଭାପତି ରଙ୍ଗାଧର ପାତ୍ର, ସମ୍ପାଦକ ନିରଞ୍ଜନ ମହାପାତ୍ର, ସୁଦାମ ଚରଣ ବର୍ଦ୍ଧନ, ଦିଲ୍ଲିପ ପାତ୍ର, ନିରାକାର ମହାପାତ୍ର, ଅର୍ଜ୍ଜୁନ ପାତ୍ର, ତିହିଡିର ବୌଦ୍ଧଭିକ୍ଷୁ ତ୍ରିଲୋଚନ ଗୌତମ, ବାଲେଶ୍ୱର ତ୍ରିଶରଣ ବୌଦ୍ଧବିହାରର ମହେଶ ସାହୁ ପ୍ରମୁଖଙ୍କୁ ମଣିନାଥପୁର ହାଇସ୍କୁଲ ଠାରେ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେଠାରୁ ପଦଯାତ୍ରାରେ ଯୁବ ସମାଜସେବୀ ସୁରଥ ଦାସ(ପିଣ୍ଟୁଆ), ସୁଶାନ୍ତ ବରାଳ ପ୍ରମୁଖଙ୍କ ନେତୃତ୍ୱରେ ଶହ ଶହ ଲୋକଙ୍କ ଗହଣରେ ମଣିନାଥପୁର, ଖପୁରିଆପଦା, ଷୋଳମପୁର ଗ୍ରାମ ପରିକ୍ରମା କରିଥିଲେ। ଷୋଳମପୁର ସ୍କୁଲ ଓ ଶିଶୁମନ୍ଦିର ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଷୋଳମପୁର ବୌଦ୍ଧବିହାରରେ ଥିବା କିର୍ତ୍ତିରାଜି, ମାଟିତଳେ ଲୁକ୍କାଇତ ଭାବେ ରହିଥିବା ଐତୀହର ଉନ୍ମୋଚନ ଓ ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ବୌଦ୍ଧ ସ୍ମାରକୀ ଅନୁଧ୍ୟାନ କରିବା ସହ ଧର୍ମଗୁରୁମାନେ ବୌଦ୍ଧବିହାର ପରିସରରେ ସାମୁହିକ ପ୍ରାର୍ଥନା କରିଥିଲେ।
କାର୍ଯ୍ୟକ୍ରମର ସଂଯୋଜକ ବିଶ୍ୱମ୍ଭର ରାଉତଙ୍କ ସଂଚାଳନାରେ ଅନୁଷ୍ଠିତ ଧର୍ମସଭାରେ ଧର୍ମଗୁରୁ ଶ୍ରୀ ତେରାସାୱା ଏହାର ପ୍ରାଚୀନତା, ସମୃଦ୍ଧ ଓ ବିରଳ କିର୍ତ୍ତିରାଜି ସମ୍ପର୍କରେ ଉଲ୍ଲେଖ କରି ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ଶାନ୍ତ୍ୱନୁ କୁମାର ନାୟକ, ଓମ୍ ପ୍ରସାଦ ନାୟକ, ତନ୍ମୟ ନାୟକ ଓ ଗୌରୀଶଙ୍କର ଘଡେଇ ଆଦି ଶିଶୁ ବୌଦ୍ଧଭିକ୍ଷୁ ଭାବେ ଅଭିସିକ୍ତ ହୋଇଥିଲେ। ଧର୍ମଗୁରୁ ଶ୍ରୀ ତେରାସାୱା ବୌଦ୍ଧବିହାର ସମ୍ମୁଖରେ ଅଶ୍ୱତ୍ଥ(ମହାବୋଧି) ବୃକ୍ଷ ରୋପଣ କରି ଅଭିମନ୍ତ୍ରୀତ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନାରେ ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକ, ପୂଜକ ଉମାକାନ୍ତ ପଣ୍ଡା, ପରୀକ୍ଷିତ ପଣ୍ଡା, ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ, ଦାମୋଦର ନାୟକ, ଅଜିତ ରାୟ, ଗଣେଶ ନାୟକ, ଗୋକୁଳାନନ୍ଦ ସାମଲ, ସତ୍ୟବାଦୀ ଗାହାଣ, ରମାକାନ୍ତ ସାହୁ, ଧିରେନ୍ଦ୍ର ନାୟକ, ଅରବିନ୍ଦ ନାୟକ, ଉର୍ମିଳା ନାୟକ, ଉମାକାନ୍ତ ନାୟକ, ଶରତ ଜେନା, ଚନ୍ଦ୍ରକାନ୍ତ ନାୟକ, ଶିଶୁମନ୍ଦିର ଗୁରୁମା ପ୍ରତିଭା ନାୟକ, ମାମିନା ଜେନା, ସୁବାସିନୀ ନାୟକ, ନିର୍ମଳା ମହାରଣା ପ୍ରମୁଖଙ୍କ ସମେତ ଷୋଳମପୁର, ମଣିନାଥପୁର, ଖପୁରିଆପଦା, ବରାହନୂଆପଡା, ବିନ୍ଧାଣ ଆଦି ଗ୍ରାମବାସୀମାନେ ସହଯୋଗ କରିଥିଲେ। ବୌଦ୍ଧଧର୍ମଗୁରୁମାନଙ୍କ ସୁରକ୍ଷା ପାଇଁ ଥାନାଧିକାରୀ ଅମିତାଭ ଦାଶଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା। ଧର୍ମଗୁରୁମଣ୍ଡଳୀ ମଣିନାଥପୁର ଠାରେ ରାତ୍ର ଯାପନ କରିବେ। ମଙ୍ଗଳବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ବୌଦ୍ଧଧର୍ମଗୁରୁ ଶ୍ରୀ ତେରାସାୱାଙ୍କ ପ୍ରତିନିଧି ସୂଚନା ଦେଇଛନ୍ତି।