Home ଜିଲ୍ଲା ପରିକ୍ରମା କଂଗ୍ରେସ ପକ୍ଷରୁ ‘ଭାରତ ଯୋଡୋ’ ପରିବର୍ତ୍ତନ ପଦଯାତ୍ରା

କଂଗ୍ରେସ ପକ୍ଷରୁ ‘ଭାରତ ଯୋଡୋ’ ପରିବର୍ତ୍ତନ ପଦଯାତ୍ରା

43

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଆଖୁଆପଦା ଠାରୁ କଂଗ୍ରେସର ‘ଭାରତ ଯୋଡୋ’ ପଦଯାତ୍ରା ଆଜି ଆରମ୍ଭ ହୋଇଛି। ଅଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଓଡିଶାରେ ଅନୁଷ୍ଠିତ ଏହି ପଦଯାତ୍ରା ଭଦ୍ରକ ଜିଲ୍ଲାର ଆଖୁଆପଦାରୁ ଆରମ୍ଭ କରାଯାଇଥିଲା। ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ମହିଳା କଂଗ୍ରେସ ରାଜ୍ୟ ସଭାପତି ବନ୍ଦିତା ପରିଡା, ଯୁବ କଂଗ୍ରେସ ରାଜ୍ୟ ସଭାପତି ସ୍ମୃତିରଞ୍ଜନ ଲେଙ୍କା, ଜାତୀୟ କଂଗ୍ରେସ ସମ୍ପାଦକ ବିଶ୍ୱ ମହାନ୍ତି, କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ମଧୁସ୍ମୀତା ସେଠୀ, ବାସୁଦେବପୁର କଂଗ୍ରେସ ନେତା ଅଶୋକ ଦାସ, ଭଦ୍ରକ ବ୍ଲକ ନେତା ନଳିନୀ ମହାନ୍ତି, ଚାନ୍ଦବାଲି ନେତା ଦିଗମ୍ବର ଦାସ ପ୍ରମୁଖ ସେମାବାର ରାଜପଥରେ ୨୦ କିଲୋମିଟର ପଦଯାତ୍ରାରେ ଅଂଶଗ୍ରହଣ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ବିଶେଷ କରି ଦରଦାମ ଅହେତୁକ ବୃଦ୍ଧି, ବେକାରୀ ସମସ୍ୟା, ଅସହିଷ୍ଣୁ ରାଜନୀତି ଆଦି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ସହ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ। ରାଜପଥର ଧାମନଗରଛକ ମିଲ ପରିସରରେ କଂଗ୍ରେସ ନେତାମାନେ ରାତ୍ରଯାପନ କରିଥିଲେ। ଆଗାମୀ ମଙ୍ଗଳବାର ସକାଳେ ପଦଯାତ୍ରା ଆରମ୍ଭ ହୋଇ ଭଦ୍ରକ ଅତିକ୍ରମ କରି ବାଲେଶ୍ୱରରେ ପହଞ୍ôଚବା କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦ, କଂଗ୍ରେସ ନେତା ପ୍ରଶାନ୍ତ କୁମାର ସାହୁ, ଅକ୍ଷୟ ତ୍ରିପାଠୀ, ଅଜୟ କୁମାର ସାହୁ, ବିଜୟ ଶଙ୍କର ମହାନ୍ତି, ନାରାୟଣ ବେହେରାଙ୍କ ସମେତ ଦଳ ସମର୍ଥୀତ ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନ ପଞ୍ଚାୟତର ଛାମୁଆ ନେତାମାନେ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.