Home ଜିଲ୍ଲା ପରିକ୍ରମା ଷଣ୍ଢ ଲଢ଼େଇ ଯୋଗୁଁ ଦେଢ଼ଘଣ୍ଟା ବନ୍ଦ ବିବେକାନନ୍ଦ ମାର୍ଗ

ଷଣ୍ଢ ଲଢ଼େଇ ଯୋଗୁଁ ଦେଢ଼ଘଣ୍ଟା ବନ୍ଦ ବିବେକାନନ୍ଦ ମାର୍ଗ

151

ବାଲେଶ୍ୱର, ୧୨ା୬(ଓଡ଼ିଆ ପୁଅ/ଅଭୟ ଦାସ): ରଜ ପାଇଁ ବାଲେଶ୍ୱର ବଜାର ଆଜି ବେଶ୍ ଗହଳି ଥିବା ବେଳେ ସହରର ବିବେକାନନ୍ଦ ମାର୍ଗରେ ହଠାତ ଦୁଇ ଷଣ୍ଢଙ୍କ ଘମାଘୋଟ ଲଢ଼େଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ଝିପିଝିପି ବର୍ଷା ସାଙ୍ଗକୁ ଅପରାହ୍ନ ପ୍ରାୟ ଦେଢ଼ଟା ବେଳେ ହଠାତ ଦୁଇଷଣ୍ଢଙ୍କ ଲଢ଼େଇ ଆରମ୍ଭ ହୋଇଯିବା ଯୋଗୁଁ ବିବେକାନନ୍ଦ ମାର୍ଗ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ରାସ୍ତା ପାଶ୍ୱର୍ରେ ଛିଡ଼ା ହୋଇଥିବା ଦୁଇଚକିଆ ଗାଡ଼ିଗୁଡ଼ିକ ଉପରେ ଚଢ଼ିଯିବା ଦେଖି ଲୋକେ ଭୟେରେ ସେ ରାସ୍ତା ଦେଇ ଯାତାୟତ କରି ନଥିଲେ। ସ୍ଥାନୀୟ ଦୋକାନୀମାନେ କିଛି ସମୟ ପାଇଁ ଦୋକାନ ବନ୍ଦ କରି ଦୁଇ ଷଣ୍ଢଙ୍କୁ ଘଉଡ଼ାଥିଲେ ଥିଲେ ବି ସେମାନେ ଜିଦ୍‌ରେ ଅଟଳ ରହିବା ପରି ଲାଗୁଥିଲା। ଉଭୟଙ୍କ ଶିଙ୍ଘ ବାଜି ରକ୍ତ ବାହାରୁଥିଲେ ବି ସେମାନେ ଲଢ଼େଇ ବନ୍ଦ କରି ନଥିଲେ। ପ୍ରାୟ ଦେଢ଼ଘଣ୍ଟା ପରେ ଅନ୍ୟ ଉପାୟ ନ ପାଇ ଦୁଇଷଣ୍ଢଙ୍କ ଉପରକୁ ଲୋକେ ପାଣି ଛାଟିବା ସହ ଠେଙ୍ଗାରେ ପିଟିବାକୁ ଉଞ୍ଚାଇବା ପରେ ସେମାନେ ଲଢ଼େଇ ବନ୍ଦ କରି ଦୌଡ଼ିଥିଲେ। ପରେ ଲୋକେ ସେହିରାସ୍ତାରେ ଯାତାୟତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.