Home ଜିଲ୍ଲା ପରିକ୍ରମା ଷଠୀ ଠାରେ ଶନି ଓ ବିମଳା ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରସ୍ତୁତି ବୈଠକ

ଷଠୀ ଠାରେ ଶନି ଓ ବିମଳା ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରସ୍ତୁତି ବୈଠକ

58

ବାହାନଗା,୧୫ା୨(ଭାରତୀ ଦାସ / ସଡ଼ିଆ ପୁଅ)ଓଡ଼ିଶା ମାଟି କଳାର ଓ ସସ୍କୃତିର ମାଟି ସହ ମନ୍ଦିର ମାଳିନ ଓଡ଼ିଶା ଭାବେ ବିଶ୍ୱରେ ପ୍ରସିଦ୍ଧ । ତେବେ ସେହି କ୍ରମରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବହାନଗା ପଞ୍ଚାୟତ ଷଠୀ ଠାରେ ନୂତନ କରି ରମାକାନ୍ତ ଘଡ଼େଇଙ୍କ ଦ୍ୱାରା ନିର୍ମାଣ ହେଉଥିବା ଶନି ଓ ବିମଳା ମନ୍ଦିରନିର୍ମାଣ ଶୈଳୀ ଓ ତାର କାରୁକାର୍ଯ୍ୟ ନ ଦେଖିଲା ଲୋକେ ବିଶ୍ୱସ କରି ପାରିବେ ନାହିଁ । ଥରେ ସେହି ନୂତନ କରି ପୂର୍ଣ୍ଣାଙ୍ଗ ହୋଇ ଥିବା ମନ୍ଦିର ବେଢାକୁ ଗଲେ ମନ ଅପୁରନ୍ତ ଭକ୍ତିରେ ପୁରି ଉଠି ଭକ୍ତି ଭାବନା ଜାଗ୍ରତ ହୋଇ ଯାଉଛି । ତେବେ ଦୀର୍ଘ ୩ବର୍ଷ ନିର୍ମାଣ ପ୍ରତିକ୍ଷାର ଅନ୍ତ ଘଟାଇ ଆସନ୍ତା ଫେବ୍ରୁଆରୀ ୧୮,୧୯, ୨୦ ତାରିଖ ତିନି ଦିନ ଧରି ପ୍ରତିଷ୍ଠା ଉତ୍ସବ ଚାଲିବ ବୋଲି ମନ୍ଦିର ନିର୍ମାତା ଦାୟଦ ଶ୍ରୀ ଧର ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନିର ଆୟୋଜନ କରି ସୂଚନା ଦେଇଛନ୍ତି । ଏଥିରେ ସଭାପତିତ୍ୱ କରିଥିଲେ ମନ୍ଦିର ପରିଚାଳନା କମିଟିର ସଭାପତି ନରହରି ପ୍ରସାଦ ଜେନା । ଏହାର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ପ୍ରତିଷ୍ଠା କମିଟିର ସମ୍ପାଦକ ଖଗପତି ଜେନାଙ୍କୁ ଦିଆ ଯାଇଥିବାର ଦାୟଦ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ୧୮ ତାରିଖରେ ୧୦୮କଳସ ଶୋଭାଯାତ୍ରା, ୧୯ତାରିଖରେ ମନ୍ଦିର ପ୍ରତିଷ୍ଠା, ୨୦ ତାରିଖରେ ବିଗ୍ରହ ସ୍ଥାପନ , ପୂର୍ଣ୍ଣାହୁତି ହେବାର ଥିବା ବେଳେ ଦିବସ ବ୍ୟାପି ପ୍ରସାଦ ସେବନ ଓ ସନ୍ଧ୍ୟାରେ ସାସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀଚରଣ ମହାନ୍ତିଙ୍କ ଭଜନ ପରିବେଷଣ ହେବାର ଧାର୍ଯ୍ୟ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ସଭ୍ୟ ସତ୍ୟାନନ୍ଦ ବାରିକ, ନିତ୍ୟାନନ୍ଦ ସାହୁ, ଦାମୋଦର ଜେନା, ନିରଞ୍ଜନ ପରିଡ଼ା, ଭାସ୍କର ଚନ୍ଦ୍ର ବେହେରା, ନାରାୟଣ ଓଝା, ଗଜେନ୍ଦ୍ର ମାହାଲଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କାମନାର ହାତ ବଢାଇବାର ପ୍ରତିଶୃତି ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.