Home କେନ୍ଦ୍ରାପଡ଼ା ଡେରାବିଶି ଅଂଚଳରେ ଷଣ୍ଢ ମାଙ୍କଡଙ୍କ ଉତ୍ପାତ

ଡେରାବିଶି ଅଂଚଳରେ ଷଣ୍ଢ ମାଙ୍କଡଙ୍କ ଉତ୍ପାତ

26

କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)-ଡେରାବିଶି ବ୍ଲକର କୁରୁଜଙ୍ଗା ପଂଚାୟତର ବିଭିନ୍ନ ଗ୍ରାମରେ ଷଣ୍ଢ ଓ ମାଙ୍କଡଙ୍କ ଉପଦ୍ରବ ବଢି ଚାଲିଛି। ପ୍ରତିଗ୍ରାମରେ ପଲ ପଲ ମାଙ୍କଡ ଏବଂ ମାଳମାଳ ଷଣ୍ଢ ଚାଷୀମାନଙ୍କ ଫସଲ ଖାଇ ନଷ୍ଟ କରୁଛନ୍ତି। ଫଳରେ ଚାଷୀମାନେ ଚାଷ କରି ଅମଳ କରିପାରୁ ନାହାନ୍ତି। ଜମିରେ ଗଛ ଉଠିବା ଠାରୁ ଫସଲ ହେବା ପର୍ଯ୍ୟନ୍ତ ସବୁ ମାଙ୍କଡ ଓ ଷଣ୍ଢ ନଷ୍ଟ କରିଦେଉଛନ୍ତି। ଚାଷ ଜମିରୁ ମୁଗ, ବିରି, ବାଦାମ, କଖାରୁ, ଆଳୁ, କୋବି, ବାଇଗଣ ଆଦି ଫସଲ ମାଙ୍କଡ ଏବଂ ଷଣ୍ଢ ମୁହଁରେ ଯାଉଛି। ଦିନ ଓ ରାତିରେ ଏମାନେ ଫସଲ ନଷ୍ଟ କରୁଛନ୍ତି। ବଡମଙ୍ଗରାଜପୁର ଗ୍ରାମରେ ମାଙ୍କଡମାନେ ଅଧିକ ସଂଖ୍ୟାରେ ଥିବାରୁ ଚାଷୀ ଏବଂ ଗ୍ରାମର ଲୋକମାନେ ଅଧିକ କଷ୍ଟ ଭୋଗୁଛନ୍ତି। ଜମିର ଫସଲ ଏବଂ ବାଡି- ବଗିଚାର ଗଛ ଲତା, ଫୁଲ ଫଳ ସବୁ ମାଙ୍କଡମାନେ ନଷ୍ଟ କରୁଛନ୍ତି। ଫସଲ ନଷ୍ଟ କରିବା ସହ ମାଙ୍କଡମାନେ ଲୋକମାନଙ୍କୁ ଆକ୍ରମଣ କରି କ୍ଷତାକ୍ତ କରୁଛନ୍ତି। ଏସବୁ ସମସ୍ୟାରୁ ରକ୍ଷା ପାଇଁ ସେହି ଗ୍ରାମର ଗୋଲକ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ବେହେରା, ମହେଶପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ସାମଲ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.