Home ଅପରାଧ ଶ୍ଵଶୁର ଘର ଗ୍ରାମରେ ଜ୍ବାଇଁର ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ହୋଇଥିବା ନେଇ ଥାନାରେ ଅଭିଯୋଗ...

ଶ୍ଵଶୁର ଘର ଗ୍ରାମରେ ଜ୍ବାଇଁର ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ହୋଇଥିବା ନେଇ ଥାନାରେ ଅଭିଯୋଗ କଲେ ଦ୍ୱିତୀୟ ପତ୍ନୀ

194

କେନ୍ଦୁଝର, ତା ୨୫ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମର ଚରେ ମାଝି(୩୫) ନାମକ ଜଣେ ଯୁବକଙ୍କୁ ଶ୍ବଶୁର ଘର କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମରେ ହତ୍ୟା କରାଯାଇଥିବା ତାଙ୍କ ଦିତୀୟ ପତ୍ନୀ ସିତାମଣୀ ମାଝୀ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଚରେ ମାଝିଙ୍କ ବଡ଼ଭାଇ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମରେ ବିବାହ କରିଥିଲେ । ଚରେ ମାଝି ମଧ୍ୟ ସେହି ଗ୍ରାମରେ ୧୨ବର୍ଷ ପୂର୍ବେ ବିବାହ କରିଥିଲେ, ହେଲେ ସ୍ତ୍ରୀର ମୃତ୍ୟୁ ପରେ ସେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ ପୁନଃ ବିବାହ କରିଥିଲେ । ଏପରିକି ଚରେ ମାଝୀଙ୍କ ଭାଇ କାନ୍ଦରା ମାଝୀଙ୍କ ଅକାଳ ବିୟୋଗ ଘଟିଥିବାରୁ ତାଙ୍କ ବିଧବା ପତ୍ନୀ ବାପ ଘରେ ନିଜର ଚାରି ପିଲାଙ୍କୁ ନେଇ ରହୁଛନ୍ତି । ବିଧବା ଭାଉଜଙ୍କ ଡାକରା ପାଇ ଗତକାଲି ବାଇକ୍ ଯୋଗେ ଚରେ ଜଣେ ବନ୍ଧୁ ରୁପସିଂ ମୁଣ୍ଡାଙ୍କ ସହ ଭାଉଜଙ୍କ ଘରକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସାଙ୍ଗରେ ଯାଇଥିବା ରୂପସିଂଙ୍କୁ ବ୍ରଏଲର କୁକୁଡ଼ା ପାଇଁ ଦୋକାନକୁ ପଠାଇ ଦେଇଥିଲେ । ବ୍ରଏଲର୍ ନେଇ ରୂପସିଂ ଫେରିବା ପରେ ଚରେ ମାଝୀଙ୍କ ମୃତ ଦେହ ଭାଉଜଙ୍କ ଘର ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ଚରେଙ୍କ ପରିବାରଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ଗତରାତି ୩ଟାରେ ଏକ ମାରୁତିଭ୍ୟାନ ଯୋଗେ ଚରେ ମାଝୀ ଶବ ମୁଦ୍ରାବେଡ଼ା ଗ୍ରାମକୁ ଅଣାଯାଇଥିଲା । ଏନେଇ ଚରେ ମାଝୀର ଦିତୀୟ ପତ୍ନୀ ସୀତାମଣୀ ମାଝୀ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ପାଟଣାରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ମୃତ୍ୟୁ ଘଟିଥିବା ଚରେ ମୁଣ୍ଡାଙ୍କ ପୂର୍ବରୁ ଗୋଟିଏ ସନ୍ତାନ ଥିବା ବେଳେ ତାଙ୍କ ପତ୍ନୀ ସୀତାମଣୀ ଏବେ ୮ ମାସର ଗର୍ଭବତ୍ତୀ ଅଛନ୍ତି । ସ୍ବାମୀଙ୍କ ମୃତ୍ୟୁରେ ଅସହାୟ ହୋଇପଡିଥିବା ସୀତାମଣୀଙ୍କୁ ଘଟଗାଁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.