Home ଓଡ଼ିଶା କୋଭିଡ଼-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା

କୋଭିଡ଼-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା

297

ନୂଆ ଦିଲ୍ଲୀ ୨୪-୫ (ଓଡ଼ିଆ ପୁଅ) ଏକ ସୁଦୂର ପ୍ରସାରୀ ଚିନ୍ତାଧାରା ନେଇ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କରୋନା ମୁକାବିଲା ଦିଗରେ ଲାଗିପଡିଛନ୍ତି। ଉଚ୍ଚସ୍ତରରେ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ବେଳେ ନିୟମିତ ଭାବେ ଏହାର ସମୀକ୍ଷା ମଧ୍ୟ କରାଯାଉଛି।

ଆଜି (୨୪.୦୫.୨୦୨୦) କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଦିଲ୍ଲୀସ୍ଥିତ ଚୌଧୁରୀ ବ୍ରହ୍ମା ପ୍ରକାଶ ଆୟୁର୍ବେଦ ଚରକ ସଂସ୍ଥାନ ପରିଦର୍ଶନ କରିଛନ୍ତି। ତାହା ଏକ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି। ଡଃ ହର୍ଷ ବର୍ଦ୍ଧନ କୋଭିଡ-୧୯ ସଂକ୍ରମଣ ରୋକିବା ଦିଗରେ ହସ୍ପିଟାଲର ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ରୋଗୀମାନଙ୍କୁ ଦିଆଯାଉଥିବା ଚିକିତ୍ସା ନେଇ ୱାର୍ଡଗୁଡିକ ବୁଲିଥିଲେ। ଆୟୁଷ ମନ୍ତ୍ରଣାଳୟର ନିୟମାବଳୀ ଅନୁସାରେ ଏଠାରେ ଚିକିତ୍ସା କରାଯାଉଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜନ ମଙ୍ଗଳ ମାର୍ଗଦର୍ଶିକା ଅନୁସାରେ ସେବା ଯତ୍ନ କରାଯାଉଛି। କୋଭିଡ ଚିକିତ୍ସା କେନ୍ଦ୍ର ସଂପୂର୍ଣ୍ଣ ସ୍ଵତନ୍ତ୍ର କିମ୍ବା ହସ୍ପିଟାଲର ଅଲଗା ବ୍ଲକରେ ପୃଥକ ପ୍ରବେଶ ଓ ପ୍ରସ୍ଥାନ ପଥ ସହ ହୋଇଥାଏ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ସଦ୍ୟତମ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି ଯାହାକି https://www.mohfw.gov.in/pdf/Guidelinesforinternationalarrivals.pdfରେ ସନ୍ନିବେଶିତ ହୋଇଛି।

ସେହିପରି ଦେଶ ମଧ୍ୟରେ ବିମାନ, ଟ୍ରେନ, ଆନ୍ତଃରାଜ୍ୟ ବସ ଯାତ୍ରା ପାଇଁ ମଧ୍ୟ ନୂତନ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି।

https://www.mohfw.gov.in/pdf/Guidelinesfordomestictravel(airortrainorinter-statebustravel).pdf

ଏପର୍ଯ୍ୟନ୍ତ ୫୫, ୪୪୦ ଜଣ ବ୍ୟକ୍ତି କାରୋନାରୁ ଆରୋଗ୍ୟ ଲାଭ କରିଥିବା ବେଳେ କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୨, ୬୫୭ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହା ମୋଟ ଆରୋଗ୍ୟ ଲାଭର ଶତକଡା ୪୧.୨୮ ଭାଗ। ଗତକାଲି ଠାରୁ ଆଜି (୨୩ ରୁ ୨୪.୦୫.୨୦୨୦) ମଧ୍ୟରେ ଦେଶରେ ୬, ୭୬୭ ଜଣ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ଏହି ସଂଖ୍ୟା ୧, ୩୧, ୮୬୮କୁ ବୃଦ୍ଧି ପାଇଛି। ୭୩, ୫୬୦ ଜଣ ସକ୍ରିୟ ରୋଗୀ ଅଛନ୍ତି। ନିର୍ଭରଯୋଗ୍ୟ ଏବଂ ସର୍ବଶେଷ ସୂଚନା ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟ https://www.mohfw.gov.in/ କିମ୍ବା @MoHFW_INDIA ଭିଜିଟ କରନ୍ତୁ।

କୋଭିଡ଼-୧୯ ସଂପର୍କୀତ ସମସ୍ତ ବୈଷୟିକ ଜ୍ଞାତବ୍ୟ ପ୍ରଶ୍ନାବଳୀକୁ technicalquery.covid୧୯@gov.inରେ ଇ-ମେଲ କରାଯାଇପାରିବ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଜାଣିବା ପାଇଁ ଭିଜିଟ କରନ୍ତୁ: ncov୨୦୧୯@gov.in।

କୋଭିଡ଼- ୧୯ ସଂପର୍କୀତ ଯେକୌଣସି କଥା ଜାଣିବା ସକାଶେ ଦୟାକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ହେଲ୍ପଲାଇନ ନଂ : +୯୧-୧୧-୨୩୯୭୮୦୪୬ କ୍ଟକ୍ସ ୧୦୭୫ (ଦେୟମୁକ୍ତ)ରେ ଯୋଗାଯୋଗ କରନ୍ତୁ ଏବଂ ରାଜ୍ୟ /କେନ୍ଦ୍ରଶାସିତ କ୍ଷେତ୍ରର କୋଭିଡ଼- ୧୯ ସଂପର୍କୀତ ହେଲ୍ପଲାଇନ ନିମ୍ନ ୱେବସାଇଟରେ ଉପଲବ୍ଧ:

https://www.mohfw.gov.in/pdf/coronvavirushelplinenumber.pdf।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.