Home ଜିଲ୍ଲା ପରିକ୍ରମା ଶ୍ରେଷ୍ଠ କରଦାତା ଭାବେ ଶିଳ୍ପପତି କିଶୋର ମହାପାତ୍ର ସମ୍ବର୍ଦ୍ଧିତ

ଶ୍ରେଷ୍ଠ କରଦାତା ଭାବେ ଶିଳ୍ପପତି କିଶୋର ମହାପାତ୍ର ସମ୍ବର୍ଦ୍ଧିତ

60

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶର ୭୫ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ସାରା ଭାରତ ବର୍ଷରେ ଅଜାଦି କି ଜାନ ଉତ୍ସବ ପାଳନ ନାମରେ ଏକ କାର୍ଯ୍ୟକ୍ରମ କରି ଜିଲ୍ଲା ସ୍ତରରେ ଶ୍ରେଷ୍ଠ କରଦାତା ମାନଙ୍କୁ ସମ୍ବର୍ଦ୍ଧିତ କରିବାର ଏକ କାର୍ଯ୍ୟକ୍ରମ କରି କରଦାତା ମାନଙ୍କୁ ଉତ୍ସାହିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ଆୟକର କାର୍ଯ୍ୟାଳୟରେ ଭଦ୍ରକ ଆୟକର ଅଧିକାରୀ ହେମନ୍ତ କୁମାର ସେଠୀଙ୍କ ତତ୍ୱାବଧନରେ ଭଦ୍ରକ ଜିଲ୍ଲାର ବିଶିଷ୍ଟ ଶିଳ୍ପପତି କିଶୋର କୁମାର ମହାପାତ୍ରଙ୍କୁ ଭଦ୍ରକର ଶ୍ରେଷ୍ଠ କରଦାତା ଭାବେ ସମ୍ବର୍ଦ୍ଧିତ କରିବା ସହିତ ଅବସରପ୍ରାପ୍ତ ଆୟକର ଅଧିକାରୀ କୃଷ୍ଣ ଚନ୍ଦ୍ର ବାରିକଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଆୟକର ନିରକ୍ଷକ ରାଜେନ୍ଦ୍ର କୁମାର ଜେନା, ବରିଷ୍ଠ କର ସହାୟକ ଅନୀଲ କୁମାର ବାରିକ, ପ୍ରାନ୍ତିକ ମିତ୍ର । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ଅନ୍ୟତମ ଶିଳ୍ପପତି ଶେଖର କୁମାର ମହାପାତ୍ର ଓ ଶହୀଦ୍ ଭଗତ୍ ସେନା ଆବାହକ ଶିତାଂଶୁ ଶେଖର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.