Home ଜିଲ୍ଲା ପରିକ୍ରମା ଜାତିଭିତ୍ତିକ ଜନଗଣନା ଦାବି କଲା ଭଦ୍ରକ ଜିଲ୍ଲା ଯାଦବ ମହାସଭା, ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ...

ଜାତିଭିତ୍ତିକ ଜନଗଣନା ଦାବି କଲା ଭଦ୍ରକ ଜିଲ୍ଲା ଯାଦବ ମହାସଭା, ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବି

50

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ବର୍ଷ ଧରି ଜାତିଭିତ୍ତିକ ଜନଗଣନା କରାଯାଇ ନାହିଁ । ଆଗାମୀ ଜନଗଣନା ଜାତି ଆଧାରରେ ହେଉ ବୋଲି ଭଦ୍ରକ ଜିଲ୍ଲା ଯାଦବ ମହାସଭା ଆଜି ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରାଧାନମନ୍ତ୍ରୀଙ୍କୁ ପଠାଇଛନ୍ତି । ସମ୍ବିଧାନର ଧାରା ୧୫(୪) ଓ ୧୬(୪) ରେ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗଙ୍କ ଉନ୍ନତି ବିଧାନ ନିମନ୍ତେ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଉଲ୍ଲେଖ ରହିଛି । ଉକ୍ତ ବର୍ଗର ଠିକ ଜନସଂଖ୍ୟା ନିରୂପଣ ପୂର୍ବକ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସେମାନଙ୍କ ପ୍ରତିନିଧିତ୍ୱ ଆକଳନ ନିତାନ୍ତ ଆବଶ୍ୟକ । ଫଳରେ ସାମାଜିକ କ୍ଷେତ୍ରରେ ପଛୁଆବର୍ଗଙ୍କ ଉତ୍ଥାନ ପାଇଁ ଆବଶ୍ୟକ ନୀତି ନିର୍ଦ୍ଧାରଣ ସମ୍ଭବ ହୋଇପାରିବ ବୋଲି ଭଦ୍ରକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଆଜି ନାରାଧ୍ୱ୍ୱନି ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ହୋଇଛି । ଏହିକ୍ରମରେ ମହାସଭା ପକ୍ଷରୁ ଗତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ ବୁଧବାର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାରକପତ୍ର ଭଦ୍ରକ ଜିଲ୍ଲାପାଳଙ୍କୁ ପ୍ରଦ।।ନ କରାଯାଇଛି ।

ଯାଦବ ମହାସଭାର ଜିଲ୍ଲା ସଭାପତି ସୁଧାଂଶୁ ନାୟକ ,ଜିଲ୍ଲା ସଂପାଦକ ଦିଲିପ ନାୟକ,ରାଜ୍ୟ ଯୁବ ସଂପାଦକ ଅମର ନାୟକ,ଜିଲ୍ଲା ଯୁବ ସଭାପତି ରବି ନାରାୟଣ ଖିଲାର,ଭଣ୍ଡାରିପୋଖରୀ ବ୍ଲକ ଯାଦବ ସଭାପତି ଧୃବ ଚରଣ ବାରିକ,ଜିଲ୍ଲା କୋଷାଧ୍ୟକ୍ଷ ବିଷ୍ମୁ ପଲେଇ,ଜିଲ୍ଲା ସଂଯୋଜକ କୃଷ୍ମଚନ୍ଦ୍ର ବେହେରା କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା,କୃଷ୍ମଚନ୍ଦ୍ର ମହାକୁଡ,ସଂପାଦକ ସନ୍ତୋଷ ଦାସ,ଉପସଭାପତି ସଂଜୀବ ନାୟକ,ମନୋରଂଜନ ଦାସ,ରତିକାନ୍ତ ମହାକୁଡ,ପ୍ରତାପ ମହାକୁଡ, ଛାୟାକାନ୍ତ ପୁଣ୍ଟିଆ ଙ୍କ ନେତୃତ୍ୱରେ ଶତାଧିକ ଯାଦବ କର୍ମକର୍ତ୍ତା ଯେôାଗଦେଇ କହିଲେ ମଣ୍ଡଳ ଆୟୋଗର ସୁପାରିସ ଯୋଗୁଁ ସାମାଜିକଶିକ୍ଷା କ୍ଷେତ୍ରରେ ଅନଗ୍ରସର ରହିଆସୁଥିବା ପଛୁଆ ବର୍ଗ(ଓବିସି)ସମୁଦାୟ ଜନସଂଖ୍ୟାର ୫୨ ଭାଗ ଲୋକଙ୍କ ପାଇଁ ୨୭ପ୍ରତିଶତ ଭାଗ ସ୍ଥାନ ସଂରକ୍ଷଣ କରାଯାଇଛି । ସମ୍ବିାଧାନର ମୁଖବନ୍ଧରେ ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ବଞ୍ଚିତ ହୋଇ ରହିଆସୁଥିବା ଶ୍ରେଣୀରେ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବାପାଇଁ ଘୋଷଣା କରାଯାଇଛି । ବାସ୍ତବରେ ସାମାଜିକ ଶିକ୍ଷାକ୍ଷେତ୍ରରେ ପଛୁଆ ରହିଆସୁଥିବା ସମଗ୍ର ଜନସଂଖ୍ୟାରେ ୫୨ ଭାଗ ଯାହାକି ଏକ ବିରାଟ ଅଂଶ,ଏବେ ବି ଉଚିତ୍ ନ୍ୟାୟ ପାଇ ପାରୁନାହାନ୍ତି । ସେହିପରି ବର୍ତ୍ତମାନର କେନ୍ଦ୍ର ସରକାର ୨୦୨୧ ମସିହାରେ ଜାତିଭିକ ଗଣନା କରିବା ପାଇଁ ୨୦୧୮ ମସିହାରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ସଂସଦରେ କହିଥିଲେ । ସଂପ୍ରତି ସରକାର ନିଜସ୍ୱ ନିଷ୍ପତ୍ତି ପରିବର୍ତ୍ତନ କରିଥିବାରୁ ସମଗ୍ର ଜନସଂଖ୍ୟାର ଏକ ସହଭାଗ ଅଂଶ ପ୍ରତିନିଧିତ୍ୱ କରୁଥିବା ଅନ୍ୟାନ୍ୟ ପଛୁଆବର୍ଗ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେଣୁ ୨୦୨୧ରେ ଏ ଦିଗରେ ଜାତିଭିତ୍ତି ଜନଗଣନା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଦାବିରେ ଏକ ସ୍ୱାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହାସଭା ପକ୍ଷରୁ ସ୍ମାରକପତ୍ର ପ୍ରେରଣ କରାଯାଇଛି । ଏହି ଅବସରରେ ଭଦ୍ରକ ଜି୍‌ଲ୍ଲା ଯାଦବ ମହାସଭା ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.