Home ଓଡ଼ିଶା ଶ୍ରୀ ଲିଂଗରାଜ ପଣ୍ଡା ସମ୍ବଲପୁର ମହାନଗର ନିଗମର ନୂଆ କମିଶନର ହେଲେ

ଶ୍ରୀ ଲିଂଗରାଜ ପଣ୍ଡା ସମ୍ବଲପୁର ମହାନଗର ନିଗମର ନୂଆ କମିଶନର ହେଲେ

106

ସମ୍ବଲପୁର, ୧୯/୯ (ଓଡ଼ିଆ ପୁଅ) ୨୦୧୫ ବେଚର ଆଇଏଏସ ଅଧିକାରୀ ଶ୍ରୀ ଲିଂଗରାଜ ପଣ୍ଡା ସମ୍ବଲପୁର ମହାନଗର ନିଗମର ନୂତନ କମିଶନର ଭାବେ ଆଜି ଦାୟୀତ୍ୱ ଗ୍ରହଣ କରିଛନ୍ତି। ସେ ବର୍ତମାନର କମିଶନର ତ୍ରିଲୋଚନ ମାଝୀଙ୍କ ଠାରୁ ଦାୟୀତ୍ୱ ନେଇଥିଲେ। ବିଇ ଡ଼ିଗ୍ରୀ ହାସଲ କରିବା ପରେ ସେ ଯୁକ୍ତରଷ୍ଟ୍ରରେ ସଫ୍ଟେଓର ଇଞିନିୟର ଭାବେ କାର୍ଯ୍ୟରମ୍ବ କରିଥିଲେ। ୨୦୧୩ ରେ ସିଭିଲା ସାର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆୟକର ବିଭାଗରେ ଯୋଗଦେଇଥିଲେ। ଏହାର ପରବର୍ଷ ୨୦୧୪ ରେ ସେ ପୁଣିଥରେ ସିଭିଲ ସାର୍ଭିସ ପରୀକ୍ଷା ଦେଇ ସାରା ଦେଶରେ ୩୮ ତମ ରେଙ୍କ ପାଇ ଆଇଏଏସ ପାଇଥିଲେ। ସମ୍ବଲପୁରରେ ଯୋଗଦେବା ପୂର୍ବରୁ ଶ୍ରୀ ପଣ୍ଡା ମାଲକାନଗିରି ରେ ଜିଲ୍ଲା ଗ୍ରମ୍ୟ ଉନ୍ନୟନ ସଂସ୍ତାର ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ। ସେ ପୂର୍ବରୁ ଉପ ଜିଲ୍ଲାପାଳ, ଖାଦ୍ୟ ପ୍ରକ୍ରୀୟାକରଣ ଶିଳ୍ପର ସହକାରୀ ସଚିବ ଆଦି ବିଭିନ୍ନ ପଦପଦବୀରେ ରହିସାରିଛନ୍ତି। ଶ୍ରୀ ପଣ୍ଡା ଆଜି କାର୍ଯ୍ୟଭାର ନେବା ଉତାରୁ ନଗର ନିଗମର ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.