Home ଜିଲ୍ଲା ପରିକ୍ରମା ଶ୍ରୀରାମ ନବମୀ ମହୋତ୍ସବ, ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ

ଶ୍ରୀରାମ ନବମୀ ମହୋତ୍ସବ, ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ

63

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ତରଫରୁ ବୁଧବାର ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଦୌଡ଼ଟି ସକାଳ ୭ଟାରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ମା’ତାରିଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ସହର ମଧ୍ୟ ଦେଇ ସାଳନ୍ଦୀ ବାଇପାସ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଥିଲା। ଗଣଦୌଡ଼କୁ ସମିତିର ସଭାପତି ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର ଗୈରିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଦଳମତ ନିର୍ବିଶେଷରେ ମାତୃଭୂମି ପାଇଁ ଉତ୍ସର୍ଗୀକୃତ ଶହଶହ ଯୁବକ, ଛାତ୍ର ସାମୁହିକ ଭାବେରେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ରାଷ୍ଟ୍ରିୟ ଚେତନା, ରାଷ୍ଟ୍ରର ଅଖଣ୍ଡତା ମାତୃଭୂମିର ସେବା ଓ ରାଷ୍ଟ୍ରବାଦ୍‌ର ଉଦ୍ଦେଶ୍ୟ ନେଇ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାମାଜିକ ସଂଗଠନ, କ୍ରୀଡା ସଂଗଠନ, ବିଭିନ୍ନ କ୍ଲବର ସଦସ୍ୟ, ଅଧ୍ୟାତ୍ମିକ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ। ଭାରତମାତା କି ଜୟ, ବନ୍ଦେ ମାତରମ୍‌, ଜୟ ଶ୍ରୀରାମ ଧ୍ୱନୀରେ ସମଗ୍ର ସହରରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା।

ଅନୁଷ୍ଠିତ ହୋଇଥିବା ଗଣଦୌଡ଼ରେ ତୁଷାରକାନ୍ତ ଦାସ, ସ୍ୱରୂପାନନ୍ଦ ମହାପାତ୍ର, ସ୍ୱାଧୀନ ସୁନ୍ଦର ଦାସ, ଶିବଶଙ୍କର ଦାସ, ସୀତାଂଶୁ ଶେଖର ମହାପାତ୍ର, ଦେବାଂଶୁ ରାଉତ, ଟୁକୁନା ସ୍ୱାଇଁ, ସୂର୍ଯ୍ୟବଂଶୀ ସୂରଜ, ହେମନ୍ତ ମହାପାତ୍ର, ମିଲନ ବଳ, ପ୍ରିୟବ୍ରତ ଭୋଇ, ଅପୂର୍ବ ବେହେରା, ସୁଧୀର ଦ୍ୱିବେଦୀ, ପ୍ରଶାନ୍ତ ମଲ୍ଲିକ, ମୁକେଶ ବାରିକ, ସରୋଜ ରାଉତ, ତଥାଗତ ସାମଲ, କାହ୍ନା ଖୁଣ୍ଟିଆ, ଚନ୍ଦନ ଦାସ, ଦେବବ୍ରତ ଦାସ, ସତ୍ୟପ୍ରକାଶ ବିଶ୍ୱାଳ, ବିକାଶ ପାଢୀ, ଜ୍ୟୋତିପ୍ରକାଶ ସାହୁ, ସୋନୁ ଲାହା ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ବରିଷ୍ଠ ନେତୃମଣ୍ଡଳୀ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ, ସମିତିର କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢିଆରୀ, ରଶ୍ମିରଂଜନ ମହାକୁଡ଼, ଅଭିମନ୍ୟୁ ସେଠୀ, ବଦ୍ରିନାରାୟଣ ଧଳ, ଡାକ୍ତର ପ୍ରଦିପ ନାୟକ, ନଳିନୀକାନ୍ତ ମହାନ୍ତି, ଇଂ ପ୍ରୟାସକାନ୍ତି ସାମଲ, ହେମନ୍ତ ପାଢୀ, ନିରଞ୍ଜନ ସାହୁ, ଭଗବାନ ପଣ୍ଡା, ତପନ ମହାନ୍ତି, ଅମ୍ବିକା ଦାସ, ଜଗନ୍ନାଥ ଦାଶ, ଗୋବିନ୍ଦ ରାଉତ, ବିଜୟ ସିନ୍‌ହା, ମାନସ ମହାନ୍ତି, ନାରୀନେତ୍ରୀ ଗୀତାଞ୍ଜଳି ପଢିଆରୀ, ମନସ୍ମିତା ଖୁଣ୍ଟିଆ, ମାଳତୀଲତା ସାହୁ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.