Home ଜିଲ୍ଲା ପରିକ୍ରମା ଅସୁରା ଖେମ୍‌କା ଛକ ନିକଟରେ ଅଣ୍ଡରପାସ୍ ବ୍ରିଜ୍ ନିର୍ମାଣ ଦାବି, ୭ଦିନ ମଧ୍ୟରେ ସମାଧାନ କରାନଗଲେ...

ଅସୁରା ଖେମ୍‌କା ଛକ ନିକଟରେ ଅଣ୍ଡରପାସ୍ ବ୍ରିଜ୍ ନିର୍ମାଣ ଦାବି, ୭ଦିନ ମଧ୍ୟରେ ସମାଧାନ କରାନଗଲେ ବ୍ୟାପକ ଜନ ଆନ୍ଦୋଳନ ଚେତାବନୀ

30

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରାହାଞ୍ଜ ପଞ୍ଚାୟତବାସୀ ଅସୁରା ଖେମ୍‌କା ଛକ ନିକଟରେ ଏକ ଅଣ୍ଡରପାସ୍ ବ୍ରିଜ୍ ନିର୍ମାଣ ଦାବିରେ ଜିଲାପାଳଙ୍କୁ ଭେଟିଛନ୍ତି। ଏହି ସ୍ମାରକପତ୍ର ପ୍ରଦାନ ସମୟରେ ରାହାଞ୍ଜ ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ଦାଶ, ରମାକାନ୍ତ ବେହେରା, ବୁଧିରାମ ସେଠୀ, ଦାମୋଦର ସାହୁ, ବିକ୍ରମ ନାୟକ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଜିଲାପାଳଙ୍କୁ ଦେଇଥିବା ପ୍ରତ ଅନୁସାରେ ଭଦ୍ରକ ବ୍ଲକ୍ ରାହାଞ୍ଜ ପଞ୍ଚାୟତ ଅଧୀନସ୍ଥ ଅସୁରା ଗ୍ରାମରେ ବହୁ ସାଧାରଣ ଲୋକ ବସବାସ କରନ୍ତି। ଏହି ଅସୁରା ଗ୍ରାମଟି ଏନ୍‌ଏଚ-୧୬ ର ପାଶ୍ୱର୍ରେ ଅବସ୍ଥିତ ଅଟେ। ଏବଂ ଏନ୍‌ଏଚ୍‌-୧୬ ର ଅପରପାଶ୍ୱର୍ରେ ୫ ଶହ ଏକର ଚାଷଜମି, ମାର୍କେଟ୍ କମ୍ଲେକ୍ସ, ଶିକ୍ଷାନୁଷ୍ଠାନ ଥିବାରୁ ଅପରପାଶ୍ୱର୍କୁ ଯିବାପାଇଁ ୫ ହଜାର ଲୋକ ନିର୍ଭର କରନ୍ତି। ସେହିଭଳି ଶିକ୍ଷାନୁଷ୍ଠାନମାନଙ୍କୁ ଛାତ୍ରଛାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ରାସ୍ତା ପାର ହୋଇଯାଇଥାନ୍ତି। ନୂତନ ହାଇୱେ ପ୍ରୋଜେକ୍ଟ ନିର୍ମାଣ ସମୟରେ ଏକ ଅଣ୍ଡରପାସ୍ କିମ୍ବା ଫୁଟ୍ ବ୍ରିଜ୍‌ର ଯୋଜନା ମଧ୍ୟ କରିନାହାଁନ୍ତି, ଯାହାଫଳରେ ବହୁ ଚାଷୀ, ସାଧରଣ ଲୋକେ, ଛାତ୍ରଛାତ୍ରୀମାନେ ରାସ୍ତା ପାରି ହେବାପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ସୂଚନାଯୋଗ୍ୟ ୨୦୧୮ ଜୁଲାଇ ୧୯ ରେ ସ୍କୁଲ ପିଲାମାନଙ୍କର ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା।

ଯେଉଁଥିରେ ୫ ଜଣ ଛାତ୍ରଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଛାତ୍ରଛାତ୍ରୀ ଗୁରୁତର ଭାବେ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ଦୁର୍ଘଟଣାଟି ଅସୁରା ଗ୍ରାମ ନିକଟରେ ଘଟିଥିଲା। ଏବଂ ଏଥିରେ ଅସୁରା ଗ୍ରାମର ବହୁ ଛାତ୍ରଛାତ୍ରୀ ଥିଲେ। ଭବିଷ୍ୟରେ ଏହିପରି ଦୁର୍ଘଟଣାକୁ ଏଡାଇବା ପାଇଁ ଅସୁରା ଗ୍ରାମବାସୀଙ୍କ ପକ୍ଷରୁ ଏକ ଅଣ୍ଡରପାସ୍ ବ୍ରିଜ୍ ନିର୍ମାଣ ପାଇଁ ଦାବି କରାଯାଇଛି। ଚରମ୍ପା ଛକ ଠାରୁ ରାଣୀତାଲ ପର୍ଯ୍ୟନ୍ତ ଦୂରତା ୫ କିମି ହୋଇଥିବାବେଳେ ମାତ୍ର ରାଣୀତାଲ ଠାରେ ଏକ ଫୁଟ୍ ବ୍ରିଜ୍ ନିର୍ମାଣ ଚାଲିଛି। ସେହିଭଳି ଗୋରୁଗାଈ, ଛେଳି ମାନେ ଚରିବାକୁ ରାସ୍ତାପାରି ହୋଇ ଅପରପାଶ୍ୱର୍କୁ ଯିବାବେଳେ ବହୁ ଦୁର୍ଘଟଣାର ସମ୍ମୁଖୀନ ସେମାନଙ୍କ ଜୀବନ ଚାଲିଯାଇଛି। ଏପରିକି ବହୁ ସାଧାରଣ ଲୋକମାନେ ନାନାଦି ଅସୁବିଧାରେ ସମ୍ମୁଖୀନ ହେଉଅଛନ୍ତି। ଏଣୁ ଅସୁରା ନିକଟ ଖେମ୍‌କା ଛକ ନିକଟରେ ଏକ ଅଣ୍ଡରପାସ୍ ବ୍ରିଜ୍ ନିର୍ମାଣ କରାଗଲେ ଏହାର ସମାଧାନ ହୋଇପାରିବ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି। ତେବେ ସେହି ସ୍ଥାନରେ ହେଉଥିବା ଏନ୍‌ଏଚ୍ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଇ ଗ୍ରାମବାସୀମାନଙ୍କ ସହିତ ଏକ ଆଲୋଚନା କରି ଏଠାରେ ଏକ ଅଣ୍ଡରପାସ୍ ବ୍ରିଜ୍ କରାଯାଉ। ଯଦି ଗ୍ରାମବାସୀମାନଙ୍କ ଦାବି ୭ଦିନ ମଧ୍ୟରେ ସମାଧାନ ନକରାଯାଏ, ତେବେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହାର ଏକକିତା ନକଲ ପିଡି, ଏନ୍‌ଏଚ ଅଥୋରିଟି, ଇଣ୍ଡିଆ, ଭଦ୍ରକ ସାସଂଦ, ଭଦ୍ରକ ବିଧାୟକ, ଡିବିଏଲ୍‌ର ପ୍ରୋଜେକ୍ଟ ମ୍ୟାନେଜର, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଏସ୍‌ପି, ଭଦ୍ରକ, ଭଦ୍ରକ (ଗ୍ରା) ଆଇଆଇସି, ଏନ୍‌ଏଚ୍ ଅଥୋରିଟିର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.