Home ଓଡ଼ିଶା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଜଗନ୍ନାଥଙ୍କ ବହୁ ଜମିର ସ୍ୱତ୍ତ୍ୱଲିପି ନାହିଁ: ଆଇନ ମନ୍ତ୍ରୀ

ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଜଗନ୍ନାଥଙ୍କ ବହୁ ଜମିର ସ୍ୱତ୍ତ୍ୱଲିପି ନାହିଁ: ଆଇନ ମନ୍ତ୍ରୀ

124

ଭୁବନେଶ୍ୱର ୨୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଗୃହରେ ଜଶିପୁର ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଂଟିଆଙ୍କ ପ୍ରଶ୍ନରେ ଉତ୍ତର ରଖି   ଆଇନ ମନ୍ତ୍ରା ପ୍ରତାପ ଜେନା ପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି ର ଉତ୍ତର ରଖିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ୪୪୪ ଟଙ୍କା ବ୍ୟାଙ୍କରେ ଜମା ରହିଥିବା ବେଳେ ସେଥିମଧ୍ୟରୁ ସ୍ଥାୟୀ ଜମା  ୫୫୨ କୋଟି ୪୩ ଲକ୍ଷ ୨୧ ହଜାର ଟଙ୍କା ବୋଲି ବିଧାନସଭାରେ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

ସେହିପରି ୨୪ ଜିଲ୍ଲାରେ ଜଗନ୍ନାଥଙ୍କର ୬୦ ହଜାର ୪୨୭ ଏକର ଜମି ଚିହ୍ନଟ ହୋଇଛି । କିନ୍ତୁ ଚିହ୍ନଟ ଜମିରୁ ୨୫ ହଜାର ୬୨୪ ଏକର ଜମିର ସ୍ୱତ୍ତ୍ୱଲିପି ନଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଜଗନ୍ନାଥଙ୍କ ବହୁ ଜମିର ସ୍ୱତ୍ତ୍ୱଲିପି ନଥିବା ମନ୍ତ୍ରୀ ଆଜି ଉତ୍ତର ଦେଇଛନ୍ତି  ଆଇନ ମନ୍ତ୍ରା ପ୍ରତାପ ଜେନା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.