Home ଓଡ଼ିଶା ଶ୍ରୀମନ୍ଦିର ଖୋଲିବା ଦାବିରେ, ମାତିଲେ ସେବାୟତ

ଶ୍ରୀମନ୍ଦିର ଖୋଲିବା ଦାବିରେ, ମାତିଲେ ସେବାୟତ

98

ପୁରୀ ୬-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ଖୋଲିବାକୁ ଦାବି କରି ଆଜି ସକାଳୁ ସିଂହଦ୍ୱାର ସମୁଖରେ ସେବାୟତ ମାନଙ୍କ ଧାରଣା। ଆସନ୍ତା କାଲି ସୁଦ୍ଧା ରାଜ୍ୟ ସରକାର ଏ ସମ୍ପର୍କରେ ନିଷ୍ପତି ନ ନେଲେ ଚରମ ପଦକ୍ଷେପ ନେବେ ବୋଲି ସେବାୟତମାନେ ଚେତାବନୀ ଦେଇଛନ୍ତି। ଶ୍ରୀମନ୍ଦିର ଖୋଲିବା ଦାବିରେ ଆଜି ସକାଳୁ ସେବାୟତ ମାନେ ସିଂହଦ୍ୱାର ସମୁଖରେ ଧାରଣା ଦେଇଛନ୍ତି। କୋଭିଡ଼ କଟକଣା ଯୋଗୁ ମାର୍ଚ୍ଚ ମାସ ୨୦ ତାରିଖ ଠାରୁ ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯାଇଛି। ଫଳରେ ଆର୍ଥିକ ଅନଟନ ଦେଇ ସେବାୟତ ମାନେ ଗତି କରୁଛନ୍ତି। ଭକ୍ତ ମାନଙ୍କ ଦାନ ଦକ୍ଷିଣାରୁ ସେବାୟତ ମାନେ ପରିବାର ଭରଣ ପୋଷଣ କରୁଥିଲେ। ଅନ୍ୟ ରାଜ୍ୟରେ ଦେବା ଦେବୀ ମନ୍ଦିର ଖୋଲା ଯାଇଥିବା ବେଳେ ଓଡିଶା ସରକାର କାହିଁକି ଶ୍ରୀମନ୍ଦିର ଖୋଲିବାକୁ ଅନୁମତି ଦେଉ ନାହାନ୍ତି। ତେଣୁ ଆସନ୍ତା କାଲି ସୁଦ୍ଧା ସରକାର ମନ୍ଦିର ଖୋଲିବା ସମ୍ପର୍କରେ ନିଷ୍ପତି ନ ନେଲେ ସେବାୟତ ଚରମ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.