Home ଜିଲ୍ଲା ପରିକ୍ରମା ବ୍ରାଉନ ସୁଗାର, ପିସ୍ତଲ ସହ ୫ ଜଣ ଅଭିଯୁକ୍ତ ଗିରଫ

ବ୍ରାଉନ ସୁଗାର, ପିସ୍ତଲ ସହ ୫ ଜଣ ଅଭିଯୁକ୍ତ ଗିରଫ

81

ପୁରୀ ୬-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନାକାବନ୍ଦି ସମୟରେ ପୁରୀ ପୋଲିସ ବ୍ରାଉନ ସୁଗାର, ପିସ୍ତଲ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧାର ଅନିଲ ବରାଳ, କୃଷ୍ଣଚନ୍ଦ୍ର ଭୁଜବଳ, ପୁରୀ ଖଣ୍ଡିଆବନ୍ଧର ବଳରାମ ଭୋଇ, ଗୋଖା ସାହିର ବାବୁନା ବେହେରା ଓ ନରେନ୍ଦ୍ରକୋଣ ଅଞ୍ଚଳର ବାବୁଲା ନାୟକ। ଗତକାଲି ପୁରୀ ବାସେଳୀ ସାହି ଥାନା ପୋଲିସ ଗାଡି ଚେକିଂ କରୁଥୁବା ସମୟରେ ଗୋଟିଏ କାରରୁ ୨୭୫ ଗ୍ରାମର ବ୍ରାଉନ ସୁଗାର ଓ ଗୋଟିଏ ବାଇକରୁ ଏକ ଜୀବନ୍ତ ଗୁଳି ସହ ମାଉଜର ବାହାରିବା ପରେ ପୋଲିସ ସେଗୁଡିକୁ ଜବତ କରି NDPS ଓ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ବଳରେ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.