Home ଆମ ପର୍ବ ପର୍ବାଣୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁରବଧ ବେଶ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁରବଧ ବେଶ

124

ପୁରୀ ୧୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରବିବାରଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବେଶ ଅନୁଷ୍ଠିତ ହୋଇଯାଇଛି। ଭାଦ୍ରବ ଶୁକ୍ଳଦ୍ୱାଦଶୀ ତିଥୀରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀ ବଳଭଦ୍ରଙ୍କ ପ୍ରଳମ୍ବାସୁର ବଧବେଶ ଅନୁଷ୍ଠିତ ହୋଇଛି। ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କର ଏକ ହସ୍ତରେ ହଳ ଓ ଅନ୍ୟ ହସ୍ତରେ ମୂଶଳ ଶୋଭାପାଏ। ପ୍ରାୟ ୪ ଫୁଟ ଉଚ୍ଚରେ ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନ ସିଂହାସନସ୍ଥ ବଳଦେବଙ୍କ ନିମ୍ନ ଭାଗରେ ରଖାଯାଏ। ଅସୁରର ସ୍କନ୍ଧ ଏବଂ ଭୁଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ବେଶରେ ସ୍ପଷ୍ଟ ହୁଏ। ଏହି ବେଶ ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ସରିବା ଯାଏଁ ରହିଥାଏ। କିନ୍ତୁ ଚଳିତ ବର୍ଷ କୋରନା ଯୋଗୁଁ ଭକ୍ତ ମାନେ ମହାପ୍ରଭୁଙ୍କର ଏହି ସବୁ ଦୁଃଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.