ପୁରୀ ୩-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟପାଳ ଗଣେଶୀ ଲାଲ ଆଜି ଶ୍ରୀମନ୍ଦିରକୁ ଆସି ପତିତ ପାବନଙ୍କୁ ଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ତାଙ୍କୁ ସିଂହଦ୍ୱାର ନିକଟକୁ ପାଛୋଟି ନେଇଥିଲେ। ସିଂହଦ୍ୱାର ସମ୍ମୁଖରେ ରାଜ୍ୟପାଳ ଓ ତାଙ୍କ ପରିବାର ଲୋକେ ପତିତପାବନଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନିକଟରେ ସେ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିଥିଲେ।