Home ଓଡ଼ିଶା ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି ପାଳିତ

ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି ପାଳିତ

112

ପୁରୀ ୪-୧୨ (ଓଡ଼ିଆ ପୁଅ) ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି ପାଳିତ ହୋଇଯାଇଛି। ଏ ନେଇ ଶ୍ରୀମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।

ଅପର ପକ୍ଷରେ ସାରା ବିଶ୍ୱରେ କୋରୋନା ମହାମାରୀ ଆତଙ୍କ। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି କୋଭିଡ ମହାମାରୀ। ତେବେ ବିଶ୍ୱବାସୀଙ୍କ ଚିନ୍ତାର କାରଣ ହୋଇ ଥିବା ଏହି କୋଭିଡ ମହାମାରୀ ବିନାଶ ପାଇଁ ହଜାର ହଜାର ଦୀପ ପ୍ରଜ୍ବଳନ କରାଯାଇଛି ମହାପ୍ରଭୁଙ୍କ ନିକଟରେ। ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି ଅବସର ଶ୍ରୀମନ୍ଦିର ସିଂହ ଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ଯାଏ ୩ କିଲୋମିଟର ରାସ୍ତାରେ ହଜାର ହଜାର ଦୀପ ଲଗା ଯାଇଛି।

ଓଡିଶା ଇଣ୍ଟର ନେସନାଲ ସେଣ୍ଟର ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମ ପୁରୀରେ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ସମ୍ପାଦକ ଶୁଭାଶିଷଙ୍କ ଖୁଣ୍ଟିଆଙ୍କ ସମେତ ପୁରୀ ସହର ର ଅନେକ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଏହି ଦୀପ ଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ସାରା ବିଶ୍ୱ ବାସୀଙ୍କୁ କୋଭିଡ ମହାମାରୀ ରୁ ମୁକ୍ତି ଦେବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.