Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ

27

ପୁରୀ ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହୋଇଛି। ବାମନରୂପୀ ବାଳକ ବେଶରେ ମହାପ୍ରଭୁ ରତ୍ନସିଂହାସନରେ ଦର୍ଶନ ଦେଇଥିଲେ। ବଡ଼ଠାକୁର ବଳଭଦ୍ର ରାଜ ବେଶ ଧାରଣ କରିଥିଲେ। ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ସରିବା ପରେ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶ କରାଯାଇଥିଲା। ଶ୍ରୀଅଙ୍ଗରେ ସ୍ବର୍ଣ୍ଣ ଅଳଙ୍କାର ବିଭୂଷିତ କରାଯାଇଥିଲା। ଏହି ବେଶ ପାଇଁ ଦରଜୀ ସେବକମାନେ ପରିଧେୟ ଓ ଫୁଲ ଦାସୀମାନେ ମାଳା, ଚନ୍ଦ୍ରିକା, କୁଣ୍ଡଳ ଓ ପଦକ ତିଆରି କରି ଯୋଗାଇଥିଲେ।

ଭାଦ୍ରବମାସ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ। ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିର ମଧ୍ୟାହ୍ନରେ ନାରାୟଣ ବାମନ ରୂପରେ ଆବିର୍ଭୂତ ହୋଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାମନ ଭାବେ ଅଭିହିତ କରାଯାଇ ଉକ୍ତ ଆବିର୍ଭାବ ତିଥିରେ ଶ୍ରୀମନ୍ଦିରରେ ଜନ୍ମ ନୀତି ପାଳିତ ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.