Home କେନ୍ଦୁଝର ରାସ୍ତା ନିର୍ମାଣ ଦାବିରେ ଛେନାପଦି ଗ୍ରାମବାସୀଙ୍କ ରାସ୍ତାରୋକ

ରାସ୍ତା ନିର୍ମାଣ ଦାବିରେ ଛେନାପଦି ଗ୍ରାମବାସୀଙ୍କ ରାସ୍ତାରୋକ

39

ହାଟଡିହି, ୧୮/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ରାସ୍ତା ନିର୍ମାଣ ଦାବିରେ ଛେନାପଦି ଗ୍ରାମବାସୀଙ୍କ ପକ୍ଷରୁ ଜଳସେଚନ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ଛେନାପଦି-ହଦଗଡ ରାସ୍ତାକୁ ଅବରୋଧ କରାଯାଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଶାସଙ୍ଗ ପଞ୍ଚାୟତ ଛେନାପଦି ଗ୍ରାମର ୫ନଂ ଓ ୬ନଂ ୱାର୍ଡର ଲୋକମାନେ ଯାତାୟତ ପାଇଁ କେନାଲ ରାସ୍ତା ଉପରେ ନିର୍ଭର କରନ୍ତି । ଏପରିକି ଅନ୍ୟ ଅଞ୍ଚଳର ଲୋକମାନେ ମଧ୍ୟ କମ ରାସ୍ତା ହେଉଥିବାରୁ ଛେନାପଦିଛକ ବାଟ ନଦେଇ ଏହି ରାସ୍ତାଦେଇ ଆନନ୍ଦପୁର, ଘସିପୁରା, ବଉଳା, ବିଦ୍ୟାଧରପୁର ଢ଼େଙ୍କା, ସଢ଼ା ଆଦି ସ୍ଥାନକୁ ଯାଇଥାନ୍ତି । ଲାଞ୍ଜିହୁଡି ଠାରୁ ଚୋରଗଡିଆ ଛକ ପର୍ଯ୍ୟନ୍ତ ଯାଇଥିବା ଏହି ୧୩ଶହ ମିଟର କେନାଲ ରାସ୍ତାଟି ମରାମତି ଅଭାବରୁ ଶୋଚନୀୟ ହୋଇ ପଡିଛି । ଫଳରେ ବର୍ଷା ହେଲେ ଗାଁ ଲୋକେ ଘରୁ ବାହାରକୁ ବାହାରିପାରୁ ନାହାନ୍ତି । ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯିବାରେ ନାନା ଅସୁବିଧା ଭୋଗ କରୁଛନ୍ତି । କେନାଲରେ ଥିବା ସାଇଫନ ଗୁଡିକ ପୋତି ହୋଇଯାଇଥିବାରୁ ସାମାନ୍ୟ ବର୍ଷାହେଲେ ପାହାଡପାଣି ନିସ୍କାସିତ ହୋଇ ନପାରି କେନାଲ ବନ୍ଧ ବୁଡି ଗାଁ ଭିତରେ ପାଣି ପସୁଛି । ଦୀର୍ଘବର୍ଷ ହେଲା ଏହି ସମସ୍ୟାଟି ଉପୁଜିିଥିଲେ ମଧ୍ୟ ଓ ଏ ବାବଦରେ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ଜଳସେଚନ ବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ବଳ୍ଲବ ଯେନା, ବିକଳ ଯେନା, ମିହିର ଯେନା, ଲକ୍ଷ୍ମୀଧର ଯେନା, ଦୀପକ ଯେନା, ଗୁଣାକର ଯେନା, ଅକ୍ଷୟ କୁମାର ଯେନା, ବିଳାଶ ଯେନା, ଜଗନ୍ନାଥ ଯେନା, ବେଣୁଧର ଯେନା, ମୁନା ଯେନା, ନାରାୟଣ ଯେନା, ଧବଳି ଯେନା, ବୁଦ୍ଧିଆ ଯେନା, ମହେଶ୍ୱର ଯେନା, ଯୁଧିଷ୍ଠିର ଯେନା,ପ୍ରହଲାଦ ଯେନା, ସୁରେନ୍ଦ୍ର ଯେନା, ବାପି ଯେନା, ସଞ୍ଜୟ ଯେନା, ପ୍ରଶାନ୍ତ ଯେନା, ବାବୁ ପେରେଇ, ଚଗୁଲୁ ଯେନା, କୃପାନିଧି ଯେନା, ରାଧାକାନ୍ତ ଯେନା, ପପୁୂ ଯେନା, ବନ୍ଦନ ପେରେଇ, ବିଜୟ ଯେନାଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଆଜି ଛେନାପଦି ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରି ବସିରହିଥିଲେ । ଫଳରେ ଛେନାପଦି- ହଦଗଡ ଓ ବଉଳା ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ହୋଇଥିଲା । ଖବରପାଇ ନନ୍ଦିପଦା ଥାନା ଏସ.ଆଇ ନରେଶ ଚନ୍ଦ୍ର ଦାସ, ଏ.ଏସ.ଆଇ ସତ୍ୟନାରାୟଣ ପରିଡା, ଇନ୍ଦୁମତୀ କୁମ୍ଭାର, ବିଭାଗୀୟ ସହକାରୀଯନ୍ତ୍ରୀ ଶମ୍ବୁ ପ୍ରସାଦ ସାହୁ, ଉମେଶ ଶାସିନି, କନିଷ୍ଠଯନ୍ତ୍ରୀ ସେନାପତି ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାପରେ ଆସନ୍ତା କାଲି ଠାରୁ ରାସ୍ତା ମରାମତିର ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.