Home ଓଡ଼ିଶା ଶ୍ରୀମନ୍ଦିରରେ ଆଜିଠାରୁ କାର୍ତ୍ତିକ ପାଇଁ ସ୍ୱତନ୍ତ୍ର ନୀତି ଆରମ୍ଭ

ଶ୍ରୀମନ୍ଦିରରେ ଆଜିଠାରୁ କାର୍ତ୍ତିକ ପାଇଁ ସ୍ୱତନ୍ତ୍ର ନୀତି ଆରମ୍ଭ

44

ପୁରୀ -୨୭/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜିଠାରୁ କାର୍ତ୍ତିକ ବ୍ରତ ପାଳନ କରାଯାଉଛି। ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ରୀ ନୀତିନିର୍ଘଣ୍ଟ ଅନୁଯାୟୀ ନୀତି ଆରମ୍ଭ ହୋଇଛି। ଶ୍ରୀଜିଉମାନଙ୍କର ରାଇ ଦାମୋଦର ବେଶ ଓ ବାଳଧୂପ ନୀତି ଅନୁଷ୍ଠିତ ହୋଇଛି। କରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ ବନ୍ଦ ଥିବାରୁ ଭକ୍ତମାନେ ଆଜି ଶ୍ରୀଜିଉମାନଙ୍କର ରାଇଦାମୋଦର ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ। କେତେକ ଲୋକ କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ବ୍ରତ ପାଳନ କରୁଥିବା ବେଳେ କିଛି ଲୋକ ମଧ୍ୟ ଆଜି ଏକାଦଶୀ ଠାରୁ କାର୍ତ୍ତିକ ବ୍ରତ ସଂକଳ୍ପ କରି ପାଳନ କରିଥାନ୍ତି। ଚଳିତବର୍ଷ କରୋନା ପାଇଁ ହବିଷ୍ୟାଳିଙ୍କ ରହିବା ନିମନ୍ତେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇନାହିଁ। ହବିଷ୍ୟାଳିମାନେ ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ଚଉରା ମୂଳ ନିକଟରେ ମୁରୁଜରେ ରାଇଦାମୋଦର ବେଶ କରି ପୂଜାର୍ଚ୍ଚନା କରିଥିଲେ। ସବୁ ବର୍ଷ ପରି ଚଳିତବର୍ଷ ସହରରେ ହବିଷ୍ୟାଳିମାନଙ୍କର ଭିଡ଼ ଦେଖାଯାଇନାହିଁ। ଯେଉଁ ହବିଷ୍ୟାଳିମାନେ ହବିଷ୍ୟ ବ୍ରତ ପାଳନ ପାଇଁ ଏଠାକୁ ଆସିଛନ୍ତି ସେମାନେ ନିଜ ନିଜର ବନ୍ଧୁବାନ୍ଧବଙ୍କ ଘରେ ରହି ଏହି ବ୍ରତ ପାଳନ କରିୁଛନ୍ତି। କରୋନା କଟକଣା ପାଇଁ ଶ୍ରୀଜିଉମାନଙ୍କ ଦର୍ଶନ କରିପାରୁନଥିବା ଯୋଗୁଁ ମନରେ ଦୁଃଖ ପ୍ରକାଶ କରିଛନ୍ତି। ଘରେ ରହି ବ୍ରତ ପାଳନ କରିବା ସହ ପୁରାଣ ପଣ୍ଡାଙ୍କ ଠାରୁ କାର୍ତ୍ତିକ ମହାତ୍ମ୍ୟ ଶୁଣୁଛନ୍ତି ଏବଂ ଅବଢ଼ା ନେଇ ଘରେ ପ୍ରସାଦ ସେବନ କରୁଛନ୍ତି। କରୋନା ପାଇଁ ସମସ୍ତ ନୀତିକାନ୍ତି ଚଳିତବର୍ଷ ଫିକା ପଡ଼ିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.