Home ଜିଲ୍ଲା ପରିକ୍ରମା କଳା ପଲସରର ଆତଙ୍କ : ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିଲେ ୭୦ ହଜାର

କଳା ପଲସରର ଆତଙ୍କ : ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିଲେ ୭୦ ହଜାର

76

ବାହାନଗା,୨୭ା୧୦ ( ଭାରତୀ ଦାସ /ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମହାରାଜପୁର – ଶ୍ରୀଜଙ୍ଗ ରାସ୍ତାର ବଡ଼ ପୋଲ ନିକଟରେ ଏକ ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀଙ୍କ ଠାରୁ ଦୁର୍ବୁତ୍ତ ମାନେ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟି ନେଇ ଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ବନ୍ଧନ ବ୍ୟାଙ୍କର ମହିଳା କର୍ମଚାରୀ ଗାୟତ୍ରୀ ବେହେରା ମହାରାଜପୁର, ନାଚିନ୍ତା, ଗାଞ୍ଜିଆ, ଦହିଗଡ଼ିଆ ପ୍ରଭୃତି ଗ୍ରାମରୁ ଋଣ କିସ୍ତି ଟଙ୍କା ଆଦାୟ କରି ଫେରୁଥିଲେ । ଶ୍ରୀଜଙ୍ଗ ଛକ ଅନତି ଦୁର ବଡ଼ ପୋଲ ନିକଟରେ ଦୁଇଜଣ ଦୁର୍ବୁତ୍ତ କଳା ପଲସରରେ ଆସି ଆଗରୁ ଅଟକାଇ କର୍ମଚାରୀଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଗାଡ଼ିର ଡିଗି ଖୋଲିବାକୁ କହିଥିଲେ । ଏବଂ ଡିଗି ଖୋଲିବା ପରେ ସେଥିରେ ଆଦାୟ ହୋଇଥିବା ୭୦ ହଜାର ଟଙ୍କା ନେଇ ଦୃତ ଗତିରେ ପଳାଇ ଯାଇ ଥିଲେ । ଖବର ପାଇ ବ୍ୟାଙ୍କର ଉପରିସ୍ଥ ଅଧିକାରୀ ପ୍ରବୀର କୁମାର ମାଇତ ଘଟଣା ସ୍ଥଳରେ ପହଞ୍ଚି ମହିଳା କର୍ମଚାରୀକୁ ନେଇ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରି ଥିଲେ । ଅଭିଯୋଗ ପାଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ କରୁଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.