Home କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ମନ୍ଦିର ବେଢାରେ ଥିବା ଭୋଗ ଦୋକାନ ନିଲାମ

ଶ୍ରୀବଳଦେବଜୀଉଙ୍କ ମନ୍ଦିର ବେଢାରେ ଥିବା ଭୋଗ ଦୋକାନ ନିଲାମ

54

କେନ୍ଦ୍ରାପଡ଼ା, ୨୯ା୧୨: (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ସହରର ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ବେଢା ମଧ୍ୟରେ ଥିବା ଅମଣିହା ଭୋଗ ଦୋକାନକୁ ପୂର୍ବ ନିର୍ଦ୍ଧାରିତ ନୋଟିସ ଅନୁସାରେ ବୁଧବାର ପୂର୍ବାହ୍ନ ସାଢେ ୧୧ଟାରେ ଆସନ୍ତା ୩ବର୍ଷ ନିମନ୍ତେ ବାର୍ଷିକ ଭିତିରେ ପ୍ରକାଶ୍ୟ ନିଲାମ କରାଯାଇଛି। ଏହି ନିଲାମରେ ମୋଟ ୫ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଇଛାପୁରର ସୈାର ଚନ୍ଦ୍ର ସାହୁ୍ଙ୍କ ନିଲାମ ଡାକ ସର୍ବୋଚ୍ଚ ୨୨ଲକ୍ଷ ଦଶ ହଜାର ଏକଶତ ଟଙ୍କା ହୋଇଥିବାରୁ ଶ୍ରୀ ସାହୁଙ୍କ ନାମରେ ନିଲାମ ସିଦ୍ଧ କରାଗଲା। ପୂର୍ବରୁ ଶ୍ରୀଜୀଉଙ୍କ ଅମଣିହା ଭୋଗ ଦୋକାନ ବାର୍ଷିକ ୧୩ଲକ୍ଷ ୪୦ହଜାର ଏକଶତ ଟଙ୍କାରେ ନିଲାମ ଦିଆଯାଇଥିଲା। ନିଲାମ ସମୟରେ ଟ୍ରଷ୍ଟବୋର୍ଡ ସଦସ୍ୟ ବଳରାମ ସୁଆର, ରଞ୍ଜନ କୁମାର ପୃଷ୍ଟି, କେନ୍ଦ୍ରାପଡା ଦେବୋତ୍ତର ନିରୀକ୍ଷକ ଶକ୍ତି ପ୍ରସନ୍ନ ନାୟକ, ଦେବୋତ୍ତର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନିଲାମ ସମୟରେ ଦେବୋତ୍ତର ସଂସ୍ଥାର କର୍ମଚାରୀ ଓ ପୋଲିସ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.