Home ଜିଲ୍ଲା ପରିକ୍ରମା ଶ୍ରୀନୀଳାଚଳ ତତ୍ୱସନ୍ଧାନ ପରିଷଦର ୨୧ତମ ବାର୍ଷିକୋତ୍ସବ

ଶ୍ରୀନୀଳାଚଳ ତତ୍ୱସନ୍ଧାନ ପରିଷଦର ୨୧ତମ ବାର୍ଷିକୋତ୍ସବ

100

ପୁରୀ, ୧୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀନୀଳାଚଳ ତତ୍ୱସନ୍ଧାନ ପରିଷଦର ୨୧ତମ ବାର୍ଷିକୋତ୍ସବ ସ୍ଥାନୀୟ ସଦ୍ ଭାବନା ଗୃହରେ ଅନୁଷ୍ଠତ ହୋଇଯାଇଛି। ପ୍ରଫେସର ଡ଼ ଗୋପାଳକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଶା ରିଭ୍ୟୁର ସମ୍ପାଦକ ଡ଼, ଲେଲିନ ମହାନ୍ତି ଯୋଗ ଦେଇଥିଲେ। ପ୍ରତି ମାସରେ ଧର୍ମ ଆଧାରିତ ଆଲୋଚନା ଚକ୍ର ଆୟୋଜନ କରାଯାଇ ଧର୍ମ ଭାବନା ଜାଗ୍ରତ କରାଯାଇଥିବା ଦୃଷ୍ଟିରୁ ଅନୁଷ୍ଠାନକୁ ଅତିଥିମାନେ ପ୍ରଶଂସା କରିଥିଲେ। ଉତ୍ସରେ ପରିଷଦର ମୁଖପତ୍ର ତତ୍ୱଦର୍ଶୀ ଉନ୍ମୋଚିତ ହୋଇଥିଲା। ତତ୍ୱଦର୍ଶୀ ଗବେଷକ ସମ୍ମାନରେ ଡ଼.ଲକ୍ଷ୍ମୀୀଧର ଦାସ, ମହା ମହୋପାଧ୍ୟାୟ ପଣ୍ଡିତ ହରିହର ମହାପାତ୍ରଙ୍କ ସ୍କୃତିରେ ତତ୍ୱଦର୍ଶୀ ସାହିତ୍ୟିକ ସମ୍ମାନରେ ବିଶିଷ୍ଟ ସାହିତ୍ୟିକ ହରିହର ମିଶ୍ର ଦିବଂଗତ ଗବେଷକ ଜଗବନ୍ଧୁ ପାଢୀଙ୍କ ସ୍କୃତିରେ ତତ୍ୱଦର୍ଶୀ ପ୍ରାବନ୍ଧିକ ସମ୍ମାନରେ ପ୍ରଫେପସର ସତ୍ରନାରାୟଣ ଆଚାର୍ଯ୍ୟ ସମ୍ବଦ୍ଧିତ ହୋଇଥିଲେ। ପୂର୍ବାାହ୍ନରେ ଦାର୍ଢ୍ୟତା ଭକ୍ତି ରସାମୃତରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରବନ୍ଧ ପାଠ କରିଥିବା ୩୨ଜଣ ବିଦ୍ୱାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଡ଼.ଉମେଶ ଚନ୍ଦ୍ର ଚିହ୍ନରା, ଉପସଭାପତି ପୂଣ୍ଣଚନ୍ଦ୍ର ଗୋଚ୍ଛିକାର ମ‚ାସୀନ ଥିଲେ। କୋଷାଧ୍ୟକ୍ଷ ଡ଼.କଲ୍ୟାଣୀ ନନ୍ଦୀ, ଯୁଗ୍ମ ସମ୍ପାଦକ ନାରାୟଣ ନନ୍ଦ, ସହ ସମ୍ପାଦକ ଶ୍ୟାମପ୍ରକାଶ ସେନାପତି ମ‚ ସ‚ାଳନ କରିଥିଲେ। ପରିଷଦର ସଙ୍ଗଠନ ସମ୍ପାଦକ ଅନାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.