Home ଜିଲ୍ଲା ପରିକ୍ରମା ପୁରୁଷୋତମ ମାହାତ୍ମ୍ୟ ହିନ୍ଦୀ ସଂସ୍କରଣ ଉନ୍ମୋଚିତ

ପୁରୁଷୋତମ ମାହାତ୍ମ୍ୟ ହିନ୍ଦୀ ସଂସ୍କରଣ ଉନ୍ମୋଚିତ

60

ପୁରୀ, ୧୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବ୍ୟାସକୃତ ସ୍କନ୍ଦ ପୁରାଣ ଅନ୍ତର୍ଗତ ପୁରୁଷୋତମ ମାହାତ୍ମ୍ୟ ହିନ୍ଦୀ ସଂସ୍କରଣ ଶଙ୍କରାଚାର୍ଯ୍ୟ ମଠ ଠାରେ ଉନ୍ମୋଚିତ ହୋଇଯାଇଛି। ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ, ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ର ପ୍ରଶାସକ ଡ଼କ୍ଟର କ୍ରିଷନ୍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂହ ପ୍ରମୁଖ ଉପସ୍ଥିତ ରହି ପୁସ୍ତକର ଶୁଭ ଉନ୍ମୋଚନ କରିଥିଲେ। ସଂସ୍କୃତରୁ ଏହାର ଓଡ଼ିଆ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ଏହାର ହିନ୍ଦୀ ସଂସ୍କରଣ ଉନ୍ମୋଚିତ ହୋଇଛି। ଜଗନ୍ନାଥ ମହାପ୍ରଭୁଙ୍କ ପୁରୁଷୋତମ କ୍ଷେତ୍ର ବିଷୟରେ ଏହି ପୁସ୍ତକରେ ଅନେକ ଜ୍ଞାତବ୍ୟ ତଥ୍ୟ ଉଲ୍ଲେଖ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.