Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ସମବାୟ ସମିତିର ଦୁର୍ନୀତି ପ୍ରସଙ୍ଗର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଶତାଧିକ ଚାଷୀଙ୍କ ଦାବି

ଶ୍ରୀଜଗନ୍ନାଥ ସମବାୟ ସମିତିର ଦୁର୍ନୀତି ପ୍ରସଙ୍ଗର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଶତାଧିକ ଚାଷୀଙ୍କ ଦାବି

36

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ଶ୍ରୀ ଜଗନ୍ନାଥ ସେବା ସମବାୟ ସମିତିରେ ଦୁର୍ନୀତିକୁ ନେଇ ହୋଇଥିବା ଅଭିଯୋଗ ଭିତିହୀନ କହିବା ସହିତ ସମ୍ପାଦକଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ହୋଇଥିବା ଖବର ଜାଣି ଉକ୍ତ ସମିତିର ଋଣୀଚାଷୀ ଓ ସଭ୍ୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶତାଧିକ ଚାଷୀ ଓ ସଭ୍ୟ ଏ ଅଭିଯୋଗକୁ ଖଣ୍ଡନ କରିବା ସହ ଅଭିଯୋଗକାରୀ କୁଚକ୍ରୀ ବ୍ୟକ୍ତିଙ୍କ ଏହି ହୀନ ପ୍ରୟାସକୁ ଦୃଢ ନିନ୍ଦା କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଶ୍ରୀଜଗନ୍ନାଥ ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଓ କର୍ମଚାରୀ ବର୍ତମାନର ସମ୍ପାଦକଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ସମ୍ପର୍କରେ ବିଭାଗୀୟ ଉଚ୍ଚାଧିକାରୀଙ୍କ ସମେତ ଭିଜିଲାନ୍ସ ବିଭାଗକୁ ତଦନ୍ତପାଇଁ ଲିଖିତ ଅଭିଯୋଗ କରିଛନ୍ତି । ସମିତିର ପୂର୍ବତନ ସଭାପତି ନିତ୍ୟାନନ୍ଦ ଦାଶଙ୍କ ନେତୃତ୍ୱରେ ଚାଷୀ ଓ ସଭ୍ୟ ଏହି ମିଥ୍ୟା ଅଭିଯୋଗକୁ ଖ୍‌ଣ୍ଡନ ସହ ଏ ସମ୍ପର୍କରେ ସତ୍ୟ ଅବଗତି ନିମନ୍ତେ ଲିଖିତ ପ୍ରତିବାଦ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ ଶ୍ରୀଜଗନ୍ନାଥ ସେବା ସମବାୟ ସମିତି ଆଜକୁ ପ୍ରାୟ ୫ବର୍ଷ ପୂର୍ବେ ଆର୍ଥିକ ଦୂରାବସ୍ଥା ମଧ୍ୟରେ ଗତି କରୁଥିଲା । ସମିତିର ସଂଖ୍ୟାଧିକ ସଭ୍ୟଙ୍କ ସୂଚନା କ୍ରମେ ଯାହା ଜଣାଯାଏ ୨୦୧୫ ଠାରୁ ଶ୍ରୀ ରାଉତ ସମ୍ପାଦକ ଦାୟିତ୍ୱ ନେବାପରେ ତାଙ୍କ କର୍ମନିଷ୍ଠ ଓ ସଚ୍ଚୋଟତା ଯୋଗୁ ଏହି ସମିତିର ଆର୍ଥିକ ମେରୁଦଣ୍ଡ ସବଳ ହେବାସହ ଚାଷୀମାନେ ସୁଚାରୁରୂପେ ସେବା ପାଇ ଆସୁଛନ୍ତି । ଏପରି ସ୍ଥଳେ ସମ୍ପାଦକଙ୍କ ବିରୁଦ୍ଧରେ କେତେକ ହୀନ ଚକ୍ରାନ୍ତକାରୀ କରିଥିବା ଅଭିଯୋଗକୁ ସମ୍ପୁର୍ଣ୍ଣ ମିଥ୍ୟା ଓ ଭିତିହୀନ ବୋଲି ଋଣୀ ଚାଷୀମାନେ କହିଛନ୍ତି । ଦୁର୍ନୀତିଗ୍ରସ୍ତ ପୂର୍ବତନ ସମ୍ପାଦକଙ୍କ ଦାୟିତ୍ୱ ସମୟ ୨୦୦୯-୧୩ ପର୍ଯ୍ୟନ୍ତ ହୋଇଥିବା ଦୁର୍ନୀତି ସମ୍ପର୍କରେ ପ୍ରଥମେ ବିଭାଗୀୟ ଉଚ୍ଚାଧିକାରୀ ଓ ଭିଜିଲାନ୍ସ ବିଭାଗ ତଦନ୍ତ କରନ୍ତୁବୋଲି ଏହି ଚାଷୀମାନେ ଦାବି କରିଛନ୍ତି । ଶ୍ରୀଜଗନ୍ନାଥ ସେବାସମବାୟ ସମିତିର ଋଣିଚାଷୀ ମାନଙ୍କ ହିତରେ ବାଧା ସୃଷ୍ଟି କରୁଥିବା ଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମିତିର ଋଣୀଚାଷୀ ଓ ସଭ୍ୟ ଭଦ୍ରକ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.