Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବରିଷ୍ଠ ଉପଦେଷ୍ଟା ସଦାନନ୍ଦ ସାହୁଙ୍କ ପରଲୋକ

ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବରିଷ୍ଠ ଉପଦେଷ୍ଟା ସଦାନନ୍ଦ ସାହୁଙ୍କ ପରଲୋକ

54

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକର ଜଣେ ବରିଷ୍ଠ ଉପଦେଷ୍ଟା ଓ ସେବକ ସଦାନନ୍ଦ ସାହୁ ବାର୍ଦ୍ଧକ୍ୟ ଜନିତ ଭୁବନେଶ୍ୱର ଠାରେ ଏମ୍‌ସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସେ ଜଣେ ସମାଜସେବୀ, ଆଧ୍ୟତ୍ମିକବାଦୀ, କବି, ଲେଖକ ଭାବେ ବହୁ ଖ୍ୟାତ । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ପ୍ରତିଭା ଚିର ଦୀପ୍ତିମନ୍ତ । ସେ ମଧ୍ୟ ବହୁ ସାରସ୍ୱତ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ତାଙ୍କର ବହୁମୁଖୀ ପ୍ରତିଭା ନିମନ୍ତେ ସେ ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ । ସେ ଜଣେ ସରଳ, ମିଷ୍ଠଭାଷୀ, ପରୋପକାରୀ, ମଣିଷ ଥିଲେ । ସେ ଦୀର୍ଘକାଳ ଧରି ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଜଣେ ମାର୍ଗଦର୍ଶକ ତଥା ବରିଷ୍ଠ ଉପଦେଷ୍ଟା ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ । ତାଙ୍କ ବିୟୋଗରେ ପ୍ରଚାର ସମିତି ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯିବା ସହିତ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ସମିତି ପକ୍ଷରୁ ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମା, ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ, ଶରତ ଚନ୍ଦ୍ର ମହାନ୍ତି, ପଦ୍ମଲୋଚନ ମହାପାତ୍ର, କମଳାକାନ୍ତ ମଲ୍ଲିକ, ଅନ୍ନପୂର୍ଣ୍ଣା ସାହୁ, ନାରାୟଣ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ଦେ ପ୍ରମୁଖ ଶୋକବ୍ୟକ୍ତ କରି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଶାନ୍ତ୍ୱନା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.