Home ଜିଲ୍ଲା ପରିକ୍ରମା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ପାଇଁ ଆବେଦନର ଶେଷ ତାରିଖ ଜୁନ ୯

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ପାଇଁ ଆବେଦନର ଶେଷ ତାରିଖ ଜୁନ ୯

203

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ସୂଚନା ଲୋକ ସମ୍ପର୍କ ବିଭାଗ ଓ କେନ୍ଦ୍ର ପ୍ରସାର ଭାରତୀ ଦ୍ୱାରା ଅନୁମୋଦିତ ଉଭୟ ପ୍ରିଣ୍ଟ ଓ ଇଲେକ୍‌ଟ୍ରୋନିକ୍ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପଞ୍ଜିକରଣ ପାଇଁ ଆବେଦନ ଗ୍ରହଣ କରାଯାଉଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପତ୍ର ସଂଖ୍ୟା ୫୬୭୦ ତା୨୮ା୫ା୨୧ରିଖ ଅନୁଯାୟୀ ଉପଯୁକ୍ତ ଫର୍ମାଟ୍‌ରେ ଚଳତିତ ବର୍ଷ ଜୁନ ୧୨ ତାରିଖ ମଧ୍ୟରେ ଏହି ଆଦେବନ ଗୁଡିକ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶାଳୟରେ ପହଞ୍ଚିବା ଜରୁରୀ । ସେଥିପାଇଁ ଆବେଦନକାରୀମାନେ ସେମାନଙ୍କ ଆବେଦନପତ୍ର ଜିଲ୍ଲା କାର୍ଯ୍ୟାଳୟରେ ଆସନ୍ତା ୯ ତାରିଖ ସୁଦ୍ଧା ଦାଖଲ କରିବାକୁ ଅନୁରୋଧ କରାଯାଉଅଛି । ପୂର୍ବରୁ ଯେଉଁମାନଙ୍କର ସ୍ୱାସ୍ଥ୍ୟ ବୀମା କାର୍ଡ ରହିଛି ସେମାନେ ମଧ୍ୟ ନୂତନ ଭାବେ ସେମାନଙ୍କ ଅବଧି ଥିବା ମିଡିଆ ହାଉସ୍ ପକ୍ଷରୁ ପ୍ରଦତ୍ତ ପରିଚୟପତ୍ର ବା ଅଥରିଟି ଲେଟର ସହ ଆବେଦନ କରିବେ । ଏହି ଆବେଦନର କ୍ରମିକ ସଂଖ୍ୟା, ଗଣମାଧ୍ୟମ ପ୍ରତନିିଧିଙ୍କ ନାମ, ମିଡିଆ ହାଉସର ନାମ, କି ପ୍ରକାର ମିଡିଆ ହାଉସ, ସମ୍ପର୍କୀୟ ମାନଙ୍କ ନାମ, ଲିଙ୍ଗ, ଜନ୍ମ ତାରିଖ, ମୋବାଇଲ ନମ୍ବର, ଜିଲ୍ଲା, ସବ୍ ଡିଭିଜନ ଓ ଠିକଣା ରହିବା ଜରୁରୀ । ସୂଚନା ଯୋଗ୍ୟ ଯେ ଗଣମାଧ୍ୟମ ପ୍ରତିନିଧିଙ୍କ ସନ୍ତାନ ସନ୍ତତି ୨୫ ବର୍ଷ ହୋଇଥିଲେ ସେମାନେ ବୀମାଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ସେଥିଲାଗି ସେମାନଙ୍କୁ ଆବେଦନପତ୍ରରେ ତାଲିକାଭୁକ୍ତ ନକରିବାକୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.