Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡ଼ିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା

ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡ଼ିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା

35

ପୁରୀ, ୧୯/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପେଣ୍ଠକଟାରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡ଼ିୟମ ନିର୍ମାଣ କାର୍ଯ୍ୟର ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ସମୀକ୍ଷା କରିଛନ୍ତି। ପ୍ରାୟ ୧୩ ଏକର ପରିମିତ ଉକ୍ତ ଅଞ୍ଚଳରେ କ୍ରିକେଟ ଷ୍ଟାଡ଼ିୟମ, ଇନଡ଼ୋର ଷ୍ଟାଡ଼ିୟମ, ଦର୍ଶକ ଗ୍ୟାଲେରୀ, ସୁମିଂପୁଲ, କୁସ୍ତି, ଜିମ୍ନାଷ୍ଟିକ, ଖୋଖୋ, କବାଡି, ବାସ୍କେଟବଲ କୋର୍ଟ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଆନୁଷଙ୍ଗିକ କ୍ରିଡ଼ା ସାମଗ୍ରୀ ଉପଲବ୍ଧ ହେବା ସହ ଜିଲ୍ଲାରେ ପ୍ରତିଭାବାନ କ୍ରିଡ଼ାବିତମାନେ ସୃଷ୍ଟି ହେବେ। ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ନିର୍ମାାଣକାରୀ ସଂସ୍ଥା ୱାପକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଜିଲ୍ଲା କ୍ରିଡ଼ାଧିକାରୀ ଚନ୍ଦନ କୁମାର ସାହୁ, ୱାପକ୍ସର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.