ନୟାଗଡ/୨୬/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ୧୯୬୨ ମସିହା ରେ ଚମ୍ପାଗଡ ଗ୍ରାମ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ କଡ ଶ୍ରୀକୃଷ୍ଣପୁର ଠାରେ ଏକ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହୋଇଥିଲା । ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ୮ ଗୋଟି ଶ୍ରେଣୀ ରେ ୧୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ଜଣାପଡିଛି । ଏହି ବିଦ୍ୟାଳୟ ଟି ଅବହେଳା ର ଶୀକାର ହୋଇଛି ବୋଲି ଶ୍ରୀକୃଷ୍ଣପୁର ର ଶୁଶାନ୍ତ କୁମାର ବରାଡ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ଫନି ବାତ୍ୟା ରେ ସ୍କୁଲ୍ ର ଆଜେବେଷ୍ଟ ଛପର ଉଡି ଯାଇଥିଲେ ମଧ୍ୟ ଏ ଯାଏଁ ମରାମତି ନ ହେବାରୁ ଶ୍ରେଣୀ ଗୃହର ଅଭାବ ରହୁଛି ।
ଜାତୀୟ ରାଜପଥ କଡରେ ଥିଲେ ମଧ୍ୟ ବିଦ୍ୟାଳୟ ପ୍ରାଚୀର ନ ଥିବାରୁ ବିପଦରେ ଛାତ୍ର ଛାତ୍ରୀ ରହୁଛନ୍ତି । ବିଦ୍ୟାଳୟ ପରିଷର ରେ ୨ ଟି ନଳକୂଅ ଥିଲେ ମଧ୍ୟ ବହୁ ବିଳମ୍ବ ରେ ଲୁହା ଗୁଣ୍ଡ ମିଶ୍ରିତ ପାଣି ବାହାରୁଛି । ଯାହା ପାନୀୟ ରୂପେ ଗ୍ରହଣ କରାଯାଇ ପାରୁନାହିଁ । ବିଦ୍ୟାଳୟ ପରିହର ରେ ଥିବା ଖୋଲା କୂପ ଟି ରେ ମୋଟର ଲାଗିଛି ହେଲେ କୂପ ମଧ୍ୟରେ ଥିବା ଜଳ ପାନୀୟ ଉପଯୋଗୀ ହେଉନାହିଁ । ଏ ସର୍ମ୍ପକେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଶ୍ରୀକୃଷ୍ଣପୁର ବିଦ୍ୟାଳୟ ପାଚୀର ନିର୍ମାନ ପାଇଁ ପ୍ରସ୍ତାବ ପଠାଯାଇଛି । ବିଦ୍ୟାଳୟ ଟି ବନ୍ଦ ଥିଲା ଖୋଲିବା ପୁର୍ବରୁ ଅନ୍ୟ ଅସୁବିଧା ପ୍ରତି ଦୃଷ୍ଟି ଦିଆଯିବ ।