Home ଓଡ଼ିଶା କୋଭିଡ୍ କଟକଣା ରେ ଦୋଳ ବିମାନ ରେ ବାବା ବାଲୁଙ୍କେଶ୍ୱର

କୋଭିଡ୍ କଟକଣା ରେ ଦୋଳ ବିମାନ ରେ ବାବା ବାଲୁଙ୍କେଶ୍ୱର

202

ନୟାଗଡ/୨୬/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଗଡଜାତ ଅଂଚଳ ରାଜ ରାଜୁଡା ଅମଳ ରୁ ଶୈବ କ୍ଷେତ୍ର ଭାବରେ ପରିଚିତ । ୧୦୧ ରୁ ଉର୍ଦ୍ଧ ଶୈବ ପୀଠ ରଣପୁର ଗଡଜାତ ଅଂଚଳ ରେ ରହିଅଛି । ଦୋଳ ପୁର୍ଣ୍ଣମୀ ପୂର୍ବରୁ ଶୈବ ମନ୍ଦିର ରେ ଥିବା ଜିୟୁ ମାନେ ଗାଁ ଗାଁ ପରିଭ୍ରମଣ କରି ଦୋଳ ବିମାନ ଯୋଗେ ଭୋଗ ଖାଇଥାନ୍ତି । ଏହି ଭୋଗ ଖିଆ କୁ ଚାଚେରୀ ଭୋଗ କୁହାଯାଏ । ଫଗୁ ଦଶମୀ ପର ଠାରୁ ଏହି ଚାଚେରୀ ଭୋଗ ଆରମ୍ଭ ହୋଇଥାଏ ।

ଚଳିତ ବର୍ଷ କୋଭିଡ୍ କଟକଣାରେ ହାତ ଗଣତି ଭକ୍ତଙ୍କୁ ନେଇ ଲତାର ବାବା ବାଲୁଙ୍କେଶ୍ୱର ଦୋଳ ବିମାନ ରେ ବିରାଜ ମାନ କରି ଛତି ,ତ୍ରାସ , ମଶାଲ ଓ ଘଣ୍ଟ ବଜାଇ ଭୋଗ ଖାଇଥିବା  ଜଣାପଡିଛି । କୋଭିଡ୍ କଟକଣା ଯୋଗୁଁ କେବଳ ବାବା ବାଲୁଙ୍କେଶ୍ୱର ଙ୍କ ନୀତି ପାଳନ ହୋଇଅଛି । କଟକଣା ଭିତରେ ୩ ଦିନ ଚାଚେରୀ ଭୋଗ ଅନୁଷ୍ଠିତ ହେବ । ପ୍ରତି ଦ୍ୱାର ରେ ଠାକୁର ଙ୍କୁ ଫଗୁ ପ୍ରଲେପ କରାଯାଇ ମୁଆଁ , ଚଣା ଭଜା ଓ ସାକର ଆଦି ଭୋଗ କରାଯାଇଥାଏ । କୋଭିଡ୍ କଟକଣା କୁ ଦେଖି ସିମୀତ ସଂଖ୍ୟକ ଭକ୍ତଙ୍କୁ ନେଇ ଚାଚେରୀ ଭୋଗ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.