Home ଓଡ଼ିଶା ରଣପୁର ରେ ଭାରତ ବନ୍ଦ ର ବେଶ ପ୍ରଭାବ

ରଣପୁର ରେ ଭାରତ ବନ୍ଦ ର ବେଶ ପ୍ରଭାବ

29

ନୟାଗଡ/୨୬/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଭାରତରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଡାକରା ରେ କେନ୍ଦ୍ର ସରକାର ଙ୍କ କୃଷକ ବିରୋଧି ତିନି କଳା କୃଷି ଆଇନ୍ ବାତିଲ ପାଇଁ ଯେଉଁ ଡାକରା ଦିଆଯାଇଥିଲା ସେଥିରେ ନୟାଗଡ ଜିଲ୍ଲା ରଣପୁର ରେ ବେଶ ପ୍ରଭାବ ପଡିଥିବା ଦେଖା ଦେଇଛି । ଜନସାଧାରଣ ବନ୍ଦ କୁ ସ୍ୱତଃ ସମର୍ଥନ ଦେଇ ଦୋକାନ ବଜାର ଓ ଯାତାୟତ ବନ୍ଦ ରହିଥିଲା । ଏହି ବନ୍ଦ କୁ କଂଗ୍ରେସ ଓ ବାମ ଦଳ ସମର୍ଥନ କରିଥିବା ବେଳେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି , ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ରଣପୁର ଓଡିଶା କୃଷକ ସଭା , କ୍ଷେତ୍ ମଜଦୁର ୟୁନିଅନ ଓ ଶ୍ରମିକ ସଂଗଠନ ସିଟୁ ଏହି ବନ୍ଦ ରେ ସାମିଲ୍ ହୋଇଥିଲେ ।

ସକାଳ ୬ ଟାରୁ ରଣପୁର ବ୍ଲକ , ତହସିଲ , ବ୍ୟାଙ୍କ , ପୋଷ୍ଟ ଅଫିସ, କୋର୍ଟ ଆଗରେ ପିକେଟିଙ୍ଗ୍ କରାଯାଇ ବନ୍ଦ କରାଯାଇଥିଲା  । ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ନୀତି କୁ ବକ୍ତାମାନେ ବିରୋଧ କରିଥିଲେ । କେନ୍ଦ୍ର ସରକାର କଳା କୃଷି ଆଇନ କୁ ପ୍ରତ୍ୟାହାର ନକଲେ ଭବିଷ୍ୟତ ରେ ଆନ୍ଦୋଳନ ତ୍ରୀବ୍ର ହେବ ବୋଲି କୁହାଯାଇଥିଲା । ଶ୍ରମିକ ନେତା ସୁରେଶ ସ୍ୱାଇଁ , ନିତ୍ୟାନନ୍ଦ ପରିଡା , ଶୁଶିଲ୍ ମହାନ୍ତି , ସବ୍ୟସାଚି ସେନାପତି , ଗଦାଧର ପ୍ରଧାନ ଆଦି ସାମିଲ ହୋଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.