Home ଓଡ଼ିଶା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳୀନ ଧାରଣା

ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳୀନ ଧାରଣା

179

ସମ୍ବଲପୁର, ୨୨/୧୧ – (ଓଡ଼ିଆ ପୁଅ) ଜିଲ୍ଳା ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତି ପକ୍ଷରୁ ଆଗାମୀ ୨୭ ତାରିଖରୁ ରାଜ୍ୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣା ଦିଆଯିବା ପାଇଁ ଘୋଷଣା କରାଯାଇଛି। ଉକ୍ତ ସମିତି ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ପ୍ରକାର ସୂଚନା ଦିଆଯାଇଛି। ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସମସ୍ତ କଲ୍ୟାଣକାରୀ ଯୋଜନା ସବୁକୁ ବିଗତ ଏକ ବର୍ଷ ହେଲା ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରା ବେଖାତିର କରାଯାଉଛି ବୋଲି ସମିତି ଅଭିଯୋଗ ଆଣିଛି ଓ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ପ୍ରସ୍ତୁତ ହେଉଛନ୍ତି। ଦିନେ ଦୁଇଦିନ ମଧ୍ୟରେ ନୋଟିସ ଜାରି କରି ଆଗାମୀ ୧୫ ଦିନ ଭିତରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କୁହାଯାଇଛି। ଏହି ଜିଲ୍ଲାରେ ଲକ୍ଷାଧିକ ସଂଖ୍ୟକ ନିର୍ମାଣ ଶ୍ରମିକ ରହିଥିବା ବେଳେ ମାତ୍ର ୬୦ ହଜାର ଶ୍ରମିକଙ୍କ ନାମ ପଞ୍ଜିକରଣ କରାଯାଇଛି। ଜିଲ୍ଲାରେ କାର୍ଯ୍ୟରତ ମାନ୍ୟତାପ୍ରାପ୍ତ ନିର୍ମାଣ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ୨୦୧୬ ମସିହାରୁ ହଜାର ହଜାର ସଂଖ୍ୟକ ହିତାଧିକାରୀ ପଞ୍ଜିକରଣ ପାଇଁ ଆବେଦନ କରାଯାଇ ଫଟୋ ଉଠାକାର୍ଯ୍ୟ, ସତ୍ୟ ପ୍ରମାଣ ପାଇଁ ଅନୁସନ୍ଧାନ ଓ ପରୀକ୍ଷା ନିରୀକ୍ଷା ସରିଯାଇଥିବା ସହିତ ଆବଶ୍ୟକ ଅର୍ଥ ମଧ୍ୟ ଜମା କରାଯାଇଛି। ହେଲେ ଏ ପର୍ଯ୍ୟନ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ସେମାନଙ୍କୁ ହିତାଧିକାରୀ ପରିଚୟ ପତ୍ର ଦି÷ଆଯାଇ ନାହିଁ। ଯଦିଓ ପଡ଼ୋଶୀ ଜିଲ୍ଲା ମାନଙ୍କରେ ପଞ୍ଜିକରଣ ଓ ସାହାଯ୍ୟ ଯଥେଷ୍ଟ ପରିମାଣରେ ଆଗେଇ ଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ରହିଛି। ଏଣୁ ଏଠାରେ ଦକ୍ଷ ଶ୍ରମ ଅଧିକାରୀଙ୍କ ସହିତ ସଂଭାଗୀୟ ଶ୍ରମ ଆୟୁକ୍ତଙ୍କୁ ନିୟୁକ୍ତ ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦ ପୂରଣ କରିବା ପାଇଁ ଦାବି କରାଯାଇଛି। ବାରମ୍ବାର ନିୟମ ପରିବର୍ତ୍ତନ ସୁଚାରୁ ରୂପେ କାର୍ଯ୍ୟ କରିପାରୁ ନାହିଁ। ଏହି ଶ୍ରମିକମାନଙ୍କ ସମସ୍ୟାର ସମାଧାନ ପାଇଁ ଏକ ଟାସ୍କଫୋର୍ସ ଗଠନ ଓ ପୂର୍ବରୁ ଦିଆଯାଉଥିବା ସାହାଯ୍ୟ ସବୁ ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ସାତ ସୂତ୍ରୀୟ ଦାବିପତ୍ର ପ୍ରସ୍ତୁତ କରାଯାଇଛି। ଏହାପୂର୍ବରୁ ସେଠାରେ ନିର୍ମାଣ ଶ୍ରମିକଙ୍କ ସମସ୍ୟା ବିଷୟରେ ବିଷଦ ଆଲୋଚନା ହୋଇଥିଲା। ଓଡ଼ିଶା ନିର୍ମାଣ ମଜଦୁର ସଂଘର କାର୍ଯ୍ୟକାରୀ ସଭାପତି ଓ ନ୍ୟାସନାଲ ଫ୍ରଣ୍ଟ ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିୟନର ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ପାଢ଼ୀଙ୍କ ନେତୃତ୍ୱରେ ମୈତ୍ରୀ ନିର୍ମାଣ ସଂଘ ସଭାପତି ରାଜା ପାଲ, ଗୋକୁଳ ମେହେର, ଇନ୍ଦ୍ରଜିତ ତାଣ୍ଡି, ବସନ୍ତ କୁମାର ସ୍ୱାଇଁ, ଶଶାଙ୍କ ଶେଖର ପାଲ, ପିଣ୍ଟୁ ଓରାମ, ରୁଦ୍ରମଣି ନାଥ, ଜୀବନଧନ ମିର୍ଦ୍ଧା, ତ୍ରିନାଥ ରଣବିଡ଼ା ଓ ବିଦ୍ୟୁତବାଳା ଯୋଷୀ ଆଦି ବିଶିଷ୍ଟ ଶ୍ରମିକ ନେତାମାନଙ୍କ ସହିତ ଅନେକ ଶ୍ରମିକ ଏହି ସଭାରେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.