Home ଜିଲ୍ଲା ପରିକ୍ରମା ତୃତୀୟ ଦୁର୍ଗାଶଙ୍କର ପଟ୍ଟନାୟକ ମେମୋରିଆଲ ମିଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ

ତୃତୀୟ ଦୁର୍ଗାଶଙ୍କର ପଟ୍ଟନାୟକ ମେମୋରିଆଲ ମିଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ

146

ସମ୍ବଲପୁର, ୨୩/୧୧ – (ଓଡ଼ିଆ ପୁଅ) ମାଷ୍ଟର ଏଥେଲେଟିକ୍ ଆସୋସିଏସନ ପକ୍ଷରୁ ଆୟୋଜିତ ତୃତୀୟ ଦୁର୍ଗାଶଙ୍କର ପଟ୍ଟନାୟକ ମେମୋରିଆଲ ମିଇ ସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଶୁକ‌୍ରବାକଦିନ ଆରମ୍ଭ ହୋଇଛି। ସମ୍ବଲପୁର ମଣ୍ଡଳ ଡିଏଫଓ ଡ. ସଞ୍ଜିତ କୁମାର ଆନୁଷ୍ଠାନିକ ଭାବରେ ଏହାର ଉଦ୍ ଘାଟନ କରିଛନ୍ତି। ସମ୍ବଲପୁର ନଗରନିଗମ ଅଞ୍ଚଳର ୧୬ଟି ଦଳ ଏଥିରେ ଭାଗ ନେଇଛନ୍ତି। ଉଦ୍ ଘାଟନୀରେ ୧୬ଟି ଯାକ ଦଳ ମାର୍ଚ୍ଚପାଷ୍ଟରେ ଭାଗ ନେବା ସହିତ ବିଭିନ୍ନ କ୍ରୀଡ଼ାକୌଶଳ ଏବଂ ଯୋଗାଭ୍ୟାସ ପ୍ରଦର୍ଶନ କରିଥିଲେ। ଆଜିକାର ଖେଳରେ ଭତରା ମିଇ ସ୍କୁଲ, ବୀର ସୁରେନ୍ଦ୍ର ସାଏ ମିଇ ସ୍କୁଲ, ନିର୍ଗୁଣୀ ମିଇ ସ୍କୁଲ, ଜମାଦାରପାଲି, ସାନସିଂହାରୀ, କମିଶନର୍ସ କଲୋନୀ, ବରେଇପାଲି ଏବଂ କାଇଁଶିର ମିଇ ସ୍କୁଲ ଦଳ ନିଜ ନିଜର ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମଥୁରା ଓରାମ, ମନୋଜ ଭୋଇ, ସୁବାସ ରାଉତ, ପଦ୍ମ ନାୟକ ଏବଂ ଜଲାନ ଓରାମ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ସୁରେନ୍ଦ୍ର ମୋହନ ପୁରୋହିତ, ହରି ବିଶ୍ୱାଳ, ଇଦ୍ରିଶ ମଲ୍ଲିକ, କ୍ଷେତ୍ରବାସୀ ସେଠ, ନାରାୟଣ ପଣ୍ଡା, ପ୍ରଫୁଲ୍ଲ ଶତ୍ରୁଶଲ୍ୟ, ବିନୟ ମହାପାତ୍ର, ବିଦ୍ୟାଧର ପ୍ରଧାନ, ସ୍ୱରୂପ ପଟ୍ଟନାୟକ, ଜନ ଖାଲକୋ, ସଦାଶିବ ପୁରୋହିତ, ଭୀମସେନ ଛତର, ପ୍ରଦୀପ ପଣ୍ଡା, ବିଜୟ ବାହାଦୂର ସିଂ ପ୍ରମୁଖ ପୁରୁଖା ଖେଳାଳି ଏବଂ କ୍ରୀଡ଼ା ସଂଗଠକ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.