Home ଓଡ଼ିଶା ଶ୍ରମିକ ବିରୋଧୀ ନୀତି ପାଇଁ ୧୦ଗୋଟି ଶ୍ରମିକ ସଙ୍ଗଠନର ପ୍ରତିବାଦ ସଭା

ଶ୍ରମିକ ବିରୋଧୀ ନୀତି ପାଇଁ ୧୦ଗୋଟି ଶ୍ରମିକ ସଙ୍ଗଠନର ପ୍ରତିବାଦ ସଭା

109

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୭-ନୟାଗଡ ଜିଲ୍ଲା ରଣପୁର ପଂଚୁଦୋଳ ପଡିଆଠାରେ ଜୁଲାଇ ୩ ତାରିଖରେ ୧୦ ଗୋଟି ଶ୍ରମିକ ସଙ୍ଗଠନ ସମ୍ମୁହଙ୍କ ମିଳିତ ଉଦ୍ୟମରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ କର୍ମକର୍ତ୍ତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ, କୃଷକ, ଜନବିରୋଧୀ, ଦେଶ ବିରୋଧୀ ଏବଂ କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସରକାରଙ୍କ ଅପରିଣାମଦର୍ଶୀ ନୀତିକୁ ବିରୋଧ କରାଯାଇଥିଲା । ସଟ୍‌ଡାଉନ୍ ଯୋଗୁଁ ଜନତାଙ୍କ ଜୀବନ ଜିବିକା ହଜି ଯାଇଥିବା ଆଲୋଚନା ହୋଇଥିଲା । ତେଣୁ ସରକାର ଶ୍ରମିକ ମାନଙ୍କୁ ୬ ମାସ ପାଇଁ ପ୍ରତି ବ୍ୟକ୍ତି ପିଛା ମାସିକ ୧୦ କେଜି ଖାଦ୍ୟ ଶସ୍ୟ ଓ ପ୍ରତ୍ୟେକ ବେରୋଜଗାରୀ ପରିବାରକୁ ମାସିକ ୭ହଜାର ୫ଶହ ଟଙ୍କା ଦେବାପାଇଁ ଦାବି କରାଯାଇଥିଲା ।

ପେଟ୍ରୋଲ, ଡିଜେଲ ଓ ନିତ୍ୟାବଶ୍ୟକୀୟ ଦରଦାମ ବୃଦ୍ଧି ରୋକିବା ପାଇଁ ଦାବି କରାଯାଇଥିଲା । ରଣପୁର ସିଟୁର ନେତା ସୁରେଶ ଚନ୍ଦ୍ର ସ୍ୱାଇଁ, ନୟାଗଡ ଜିଲ୍ଲା ରାଷ୍ଟ୍ରୀୟ ମଜ୍‌ଦୁର୍ କଂଗ୍ରେସର କାର୍ଯ୍ୟକାରୀ ସଭାପତି ମିର୍ ଆବୁ ବକର୍ ସିଦ୍ଧିକ୍‌, ରଣପୁର ବାର ଆସୋସିଏସନ୍ ର ସମ୍ପାଦକ ତଥା ଏନ୍‌.ଏ.ସି ର କାଉନ୍‌ସିଲର୍ ସତ୍ୟରଂଜନ ମତ୍ତା, ଉମେଶ ରଂଜନ ସାହୁ, ବାଦଲ ପ୍ରଧାନ, ସୁଶୀଲ ମହାନ୍ତି, ଦୁଃଶାସନ ଜେନା, ହରିଶ୍ଚନ୍ଦ୍ର ମିଶ୍ର, ସଂଜୁଲତା ପରିଡା, ନାରୀନେତ୍ରୀ ପୁର୍ଣ୍ଣୀମା ମହାପାତ୍ର ଓ ଶେଖ୍ ଅଲ୍ଲୀ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.