Home ଓଡ଼ିଶା ରଣପୁର ପୋଲିସ୍ ଦ୍ୱାରା ଜଣେ ଗିରଫ ୧୪ ଲିଟର ମଦ ଜବତ

ରଣପୁର ପୋଲିସ୍ ଦ୍ୱାରା ଜଣେ ଗିରଫ ୧୪ ଲିଟର ମଦ ଜବତ

59

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୭-କୋଭିଡ୍ କଟକଣା ଚାଲିଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅଂଚଳରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ନୟାଗଡ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ଏହି ଅଂଚଳରେ ନଜର ରଖିବା ପାଇଁ ରଣପୁର ଥାନାକୁ ନିର୍ଦ୍ଧେଶ ଦେଇଥିଲେ । ଗତ ୨ ତାରିଖ ରାତ୍ରି ୧୦ଟା ସମୟରେ ପୋଲିସ୍ ସିଭିଲ୍ ଡ୍ରେସ୍ ରେ ପୋଲିସ୍ ଭ୍ୟାନ ଦୂରରେ ରଖି ମାଳିସାହିଠାରେ ଥିବା ରାମଚଣ୍ଡୀ ହୋଟେଲ୍ କୁ ମଦ ପିଇବା ବାହାନା କରି ମଦ ମାଗିଥିଲେ ।

ହୋଟେଲ ମାଲିକ ମଦଦେବା ସମୟରେ ୧୪ ଲିଟର ବିଦେଶୀମଦ ହୋଟେଲ୍ ରୁ ଜବତ କରିଥିଳେଲ । ମଦ ବିକ୍ରି କରୁଥିବା ଅଭିଯୋଗରେ ହୋଟେଲ ମାଲିକ ଅଶୋକ କୁମାର ପରିଡାଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତକୁ ରଣପୁର କୋର୍ଟକୁ ଚାଲାଣ କରିବା ପରେ ଜାମିନ୍ ନାମଂଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.